୩ଟି ପ୍ରତିରକ୍ଷା ବାହିନୀର ଆଶାକୁ ପୂରଣ କରିବାକୁ ଚେଷ୍ଟା କରିବି ମୁଁ: ଜେନେରାଲ ଅନୀଲ ଚୌହାନ

I will try to fulfill the expectations of 3 defense forces: General Anil Chouhan

0

ନୂଆଦିଲ୍ଲୀ: ଆଜି ନୂଆ ସି.ଡି.ଏସ ଭାବେ ଶପଥ ପାଠ କରିଲେ ଜେନେରାଲ ଅନିଲ ଚୌହାନ । ୯ମାସ ହେଲାଣି ପ୍ରତିରକ୍ଷା ବାହିନୀର ପ୍ରତିଷ୍ଠାତା ଜେନେରାଲ ବିପିନ ରାୱାତଙ୍କ ପରଲୋକ ଘଟିବା ପରେ ନୂତନ ଭାବେ ଅନୀଲ ଚୌହାନ ସି ଡ଼ି ଏସରେ ନିଯୁକ୍ତି ପାଇଛନ୍ତି ।

ଶପଥ ପାଠ କରିବା ସମୟରେ ସେ କହିଛନ୍ତି ମୁଁ ଚେଷ୍ଟା କରିବି ୩ଟି ପ୍ରତିରକ୍ଷା ବାହିନୀର ଆଶାକୁ ପୂରଣ କରିବାକୁ । ପୁଣି ସେ କହିଛନ୍ତି ମୋତେ ଉଚ୍ଚ ସ୍ଥରୀୟ ଭାରତୀୟ ସଶସ୍ତ୍ର ବାହିନୀର ଦାୟିତ୍ୱ ଦିଆଯାଇଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି । ତେବେ ସେ ସବୁ ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ରହିବା କଥା ମଧ୍ୟ କହିଛନ୍ତି ।

ଏହା ବ୍ୟତୀତ ଅନୀଲ ଯେତେବେଳେ ଜାତୀୟ ଯୁଦ୍ଧ ମେମୋରିଆଲକୁ ଯାଇଥିଲେ ସେଠାରେ ସେ ଦିଲ୍ଲୀର ସାଉଥ ବ୍ଲକ ଗାର୍ଡର ସମ୍ମାନୀତ ହୋଇଥିଲେ । ସେଠାକୁ ସେ ତାଙ୍କ ବାପା ସୁରେନ୍ଦ୍ର ସିଂ ଚୌହାନଙ୍କ ସହ ଯାଇଥିଲେ । ଅନୀଲ ବହୁ କୀର୍ତ୍ତି ଅର୍ଜନ କରିଛନ୍ତି । ସେଥିପାଇଁ ତାଙ୍କୁ ଦେଶର ସି ଡ଼ି ଏସରେ ନିଯୁକ୍ତ କରାଯାଇଛି ।