୩୯ ବର୍ଷରେ ପାଦ ଦେଲେ କ୍ୟାପଟେନ କୁଲ

0

(ରିପୋର୍ଟସଟୁଡେ):ଆଜି ୩୯ ବର୍ଷରେ ପାଦ ଦେଇଛନ୍ତି ମହେନ୍ଦ୍ର ସିଂ ଧୋନି । ସେଥିପାଇଁ ସୋମବାରଠୁ ହିଁ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି ଗଝଊ । ତାଙ୍କ ପ୍ରଶଂସକ ଓ ଶୁଭେଚ୍ଛୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଟି-୨୦, ଦିନିକିଆ ହେଉ କି ଟେଷ୍ଟ । ସବୁଥିରେ ସଫଳତା ସାଉଁଟିଛନ୍ତି ଧୋନି । ଟି-୨୦, ଦିନିକିଆ ବିଶ୍ୱକପ ଓ ଆଇପିଏଲରେ ସେ ନିଜର ଦବ୍‌ଦବା ଜାହିର କରିଛନ୍ତି ।

ଟିମ ଇଣ୍ଡିଆ ସହ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସଙ୍କ ପାଇଁ ସେ ସବୁଠୁ ସଫଳ ଅଧିନାୟକ ହୋଇପାରିଛନ୍ତି । ୨୦୦୪ରେ ଆନ୍ତର୍ଜାତିକ କ୍ରିକେଟରେ ପାଦ ଦେଇଥିଲେ ଝାଡ଼ଖଣ୍ଡର ଏହି ତାରକା । ୯୦ ଟେଷ୍ଟ, ୩୫୦ ଦିନିକିଆରେ ୧୦ ହଜାରରୁ ଅଧିକ ରନ କରିଛନ୍ତି ଧୋନି । କେବଳ ସଫଳ ଅଧିନାୟକ କି ୱିକେଟକିପର ଭାବରେ ନୁହେଁ, ତାଙ୍କ ଧୂଆଁଧାର ବ୍ୟାଟିଂ କ୍ରିକେଟପ୍ରେମୀଙ୍କୁ ବାନ୍ଧି ରଖିବାରେ ସଫଳ ।

୨୦୦୭ ମସିହା ଟି-ଟ୍ୱେଣ୍ଟି ବିଶ୍ୱକପ, ୨୦୧୧ ଏକଦିବାସୀୟ ବିଶ୍ୱକପ ଏବଂ ୨୦୧୩ ଚାମ୍ପିଅନ ଟ୍ରଫି ଧୋନିଙ୍କ ନେତୃତ୍ୱରେ ଜିତିଛି ଭାରତ । ଚେନ୍ନାଇ ସୁପର କିଙ୍ଗସ ଦଳ ଧୋନିଙ୍କ ନେତୃତ୍ୱରେ ମଧ୍ୟ ତିନି ଥର ଆଇପିଏଲ ଟ୍ରଫି ଜିତିଛି ।