୪ ଦିନର ସଂଘର୍ଷ ପରେ ଜୀବନ ହାରିଲା କୁନି ସୁଜିତ

0

(ରିପୋର୍ଟସ ଟୁଡେ/ମଧୁସ୍ମିତା ତ୍ରିପାଠୀ): ତାମିଳନାଡୁର ତିରୁଚିରାପଲ୍ଲାରେ ଗତ ଶୁକ୍ରବାର ସଂଧ୍ୟାରେ ବୋରୱେଲରେ ଖସିପଡିଥିବା ଦୁଇ ବର୍ଷର ଶିଶୁ ସୁଜିତ୍ ଶେଷରେ ଆଖି ବୁଜିଛି । ତେବେ ଗତକାଲି ବିଳମ୍ବିତ ରାତିରେ ଶିଶୁଟିର ମୃତ ହୋଇଥିବା ଜଣାପଡିଛି । ଶୁକ୍ରବାର ସଂଧ୍ୟାରେ ଖେଳୁଥିବା ସମୟରେ ବୋରୱେଲର ୩୫ ଫୁଟ ଖସିପଡିଥିଲା ସୁଜତ୍ । ଏହାପରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଶିଶୁଟି ୭୦ ଫୁଟ ତଳକୁ ଖସିପଡିଥିଲା । ମାତ୍ର ଗତକାଲି ଏନ୍ଡିଆରଏଫ୍ ଟିମ ସୁଜିତ୍ ନିକଟରେ ପହଞ୍ଚିଥିଲା । ସେତେବେଳକୁ ତାର ପ୍ରାଣ ବାୟୁ ଉଡିଯାଇଥିଲା । ଏହି ଘଟଣା ପରେ ସମସ୍ତଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।