୫ଜି ସେବା କାଲିଠାରୁ

5G service from tomorrow

0

ଭାରତରେ ଖୁବଶିଘ୍ର ଆରମ୍ଭ ହେବାକୁ ଯାଉଛି ୫ଜି ସେବା । ୫ଜି ପାଇଁ ହେଲାଣି କାଉଣ୍ଟଡାଉନ । ଆସନ୍ତା କାଲି ୫ଜି ଟେଲିକମସ୍ପେକ୍ଟମର ନିଲାମୀ ପକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ, ରିଲିଆନ୍ସ,ଜିଓ, ଏୟାରଟେଲ , ଭୋଡାଫୋନ, ଆଇଡିଆ, ଏବଂ ଆଦାନୀ ରେସରେ ରେ ସାମିଲ ହୋଇ ୨୧,୪୦୦ କୋଟି ଟଙ୍କାର ଏ.ଏମ. ଡି. ବା ଟୋକନ ମନି ଦାଖଲ କରିଛନ୍ତି ।

ସୁଚନା ଅନୁସାରେ, ଦେଶର ସର୍ବବୃହତ ମୋବାଇଲ ଇଣ୍ଟରନେଟ ସେବା ପ୍ରଦାନକାରୀଙ୍କୁ କଂପାନୀ ରିଲିଆନ୍ସ, ଜିଓ, ଇନ୍‌ଫୋକମ ୧୪ ହଜାର କୋଟି ଟଙ୍କାର ଇ.ଏମ. ଡି ଦାଖଲ କରିଛି । ସେହିପରି ଭାରତୀ ଏୟାରଟେଲ ୫ ହଜାର ୫ ଶହ କୋଟି , ଆଦାନୀ ଗ୍ରୁପ-୧୦୦ କୋଟି, ଭୋଡା ଫୋନ ଆଇଡିଆ-୨୨ ଶହ କୋଟି ଟଙ୍କାର ଇ.ଏମ. ଡ଼ି ଦାଖଲ କରିଛନ୍ତି । ଏହି ଇ.ଏମ. ଡ଼ି ଦାଖଲ ରାଶି ଉପରେ ନିଲାମୀ ପକ୍ରିୟାରେ ସାମିଲ ହୋଇଥିବା କମ୍ପାନୀ ଗୁଡିକ ପାଇଁ ଅନ୍ତିମ ନିର୍ଦ୍ଧାରିତ ୫ଜି ସ୍ପେକ୍ଟରମ ଦର ନିର୍ଦ୍ଧାରିତ ହେବ ।

ଇ.ଏମ. ଡ଼ି ଦାଖଲ ହିସାବରେ ପଏଣ୍ଟ ତାଲିକାର ଯୋଗ୍ୟ ପାର୍ଥୀ ଭାବେ ରିଲାଏନ୍ସ ଜିଓ ଇନଫୋକମ ୧,୫୯,୮୩୦ ପଏଣ୍ଟ ହିସାବରେ ଆଗରେ ରହିଛି । ୬୬,୩୩୦ ପଏଣ୍ଟ ସହ ତାଲିକାର ୨ୟ ସ୍ଥାନରେ ରହିଛି ଭାରତୀୟ ଏୟାରଟେଲ । ତୃତୀୟରେ ରହିଛି ଭୋଡା ଫୋନ ଆଇଡିଆ । ଭୋଡାଫୋନକୁ ମିଳିଛି ୨୯,୩୭୦ ପଏଣ୍ଟ । ଆଦାନୀ ଗ୍ରୁପ କୁ ୧,୬୫୦ ପଏଣ୍ଟ ମିଳି ଶେଷ ସ୍ଥାନରେ ରହିଛି ।

ତେବେ ୫ଜିର ମାକ୍ସିମମ୍ ସ୍ପିଡ୍ ହେଉଛି ୨୦ଜିବିପିଏସ ତାହାର ମାନେ ହେଉଛି ଗୋଟେ ସେକେଣ୍ଡରେ ୨୦ ଜି.ବି ଡାଟା ଅପଲୋଡ ହେଇପାରିବ । ଇଣ୍ଟରନେଟର ସ୍ପିଡ ଯେହେତୁ ବଢିବ ଲୋକଙ୍କ ସମୟ ବଂଚିବ ଏବଂ ବହୁ ପ୍ରଡକଟିବ କାମ ହୋଇପାରିବ । ଏହା ୟୁଜର ମାନଙ୍କୁ ସ୍ପିଡ ଡାଟା ସୁବିଦା ଦେବ । ତେବେ ଆସନ୍ତୁ ଜାଣିବା କେଉଁ ଡାଟାରେ କେତେ ସ୍ପିଡରେ ଆଉ ହେତେ ଘଣ୍ଟା ଲାଗୁଥିଲା ଏକ ଫାଇଲ ଡାଉନଲୋଡ କରିବା ପାଇଁ । ୨ଜି-୨ଦିନ ୮ ଘଣ୍ଟା, ୩ଜି-୨ଘଣ୍ଟା, ଏବଂ ୪ଜିରେ ୪୦ ମିନିଟ ସମୟ ଲାଗୁଥିବା ବେଳେ ୫ଜିରେ ତାହା ୩୫ ସେକେଣ୍ଡ ଲାଗିବ । ଡ଼ିଜିଟାଲ ଲାଇଫକୁ ଆହୁରି ସହଜ କରିଦେବ ଏହି ୫ଜି ।