୫ଟି ନାଁରେ ରାଜ୍ୟବାସୀଙ୍କୁ ଟୋପି : ସତ୍ୟପ୍ରକାଶ

0

(ମୃ୍ତ୍ୟୁଞ୍ଜୟ ଭୋଇ/ରିପୋର୍ଟସଟୁଡେ): ୫ଟି ନାଁରେ ରାଜ୍ୟ ବାସୀଙ୍କୁ ଟୋପି ପିନ୍ଧାଉଛନ୍ତି ରାଜ୍ୟ ସରକାର । ମାସକର ରିପୋର୍ଟ କାର୍ଡର ତଥ୍ୟ ନାହିଁ ମୁଖ୍ୟମନ୍ତ୍ରୀ କାର୍ୟ୍ୟାଳୟରେ । ସୂଚନାଧିକାର ଆଇନ ବଳରେ କଂଗ୍ରେସ ରିପୋର୍ଟ କାର୍ଡ ମଗାଯାଇଥିଲେ ମଧ୍ୟ କୌଣସି ରିପୋର୍ଟ ନଥିବା କାର୍ୟ୍ୟାଳୟର ଡେପୁଟି ସେକ୍ରେଟାରୀ ମନୋଜ ସ୍ୱାଇଁ ସୂଚନା ଦେଇଛନ୍ତି । ସେପଟେ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ମାସିକିଆ ରିପୋର୍ଟ କାର୍ଡ ଦେଇଥିବା କହିଛନ୍ତି । ତେବେ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ମାସିକିଆ ରିପୋର୍ଟ କାର୍ଡ ନଥିବା କହୁଥିବା ବେଳେ ମନ୍ତ୍ରୀମାନେ ଦେଉଥିବା କହିଛନ୍ତି । ତେଣୁ ରାଜ୍ୟ ସରକାର ରିପୋର୍ଟ କାର୍ଡ ନେଇ ସ୍ପଷ୍ଟିକରଣ ଦିଅନ୍ତୁ ବୋଲି କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ସାମ୍ବାଦିକ ସମିଳନୀରେ କହିଛନ୍ତି ।