(ଜ୍ୟୋତିରଞ୍ଜନ ଧର /କଣିହାଁ ): ଅନୁଗୋଳ ଜିଲ୍ଲାରେ ଗୋଟିଏ ଦିନରେ ୭ ଜଣ ନୂତନ କରୋନ ଆଜି ପଜିଟିଭ ଚିହ୍ନଟ ହୋଇଛି । ସେମାନଙ୍କ ମଧ୍ୟରେ କଣିହାଁ ବ୍ଲକ ଅଂଚଳର ୫ଜଣଙ୍କ ପଜିଟିଭ ଥିବା ନେଇ ଜିଲ୍ଲା ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ଗୋଟିଏ ଦିନରେ ବ୍ଲକସ୍ଥ ୪ ପଞ୍ଚାୟତରେ ୫ ଜଣ ସଂକ୍ରମିତ ହେବା ପରେ କଣିହାଁ ଅଂଚଳରେ ଭୟର ବାତାବରଣ ଖେଳି ଯାଇଛି । ଆକ୍ରାନ୍ତ ହୋମ କ୍ଵାରେଣ୍ଟାଇନ ନିୟମକୁ ଭାଙ୍ଗୁଥିବା ବ୍ୟକ୍ତି ବିଶେଷ ବିରୋଧରେ ସ୍ଥାନୀୟ ପ୍ରଶାସନର ନୀରବତା ଯୋଗୁ ଏଭଳି ଘଟଣା ଘଟିଛି ବୋଲି ଜନପ୍ରତିନିଧିଙ୍କ ପକ୍ଷରୁ କୁହାଯାଇଛି । କଣିହାଁ ଅଂଚଳର ଜଣେ ଆକ୍ରାନ୍ତଙ୍କୁ ନେଇ ପ୍ରଶାସନ ଚିନ୍ତାରେ ପଡିଛି ଓ ତାଙ୍କର ସ୍ୱାବ ରିପୋର୍ଟ ପଜିଟିଭ ଆସିବା ପୂର୍ବରୁ ବିଭିନ୍ନ ସ୍ଥାନକୁ ଗତାଗତ କରିଥିବା ଜଣାପଡିଛି ଓ ସେହିପରି ପରି ଅନ୍ୟ ୨ଜଣ ଏକ ବାହାଘର ଭୋଜି ରେ ଯୋଗ ଦେଇଥିବା ଜଣାପଡିଛି ।ବିହାଘର କିଛିଦିନ ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତି ଏକ ଦୁର୍ଘଟଣାରେ ଆହତ ହୋଇଥିଲେ ।ଏନେଇ ସେ ଡାକ୍ତରଖାନରେ ଭର୍ତି ହୋଇଥିଲେ । ସେଠାରେ ତାଙ୍କର ସ୍ୱାବ ରିପୋର୍ଟ ସଂଗ୍ରହ କରାଯାଇଥିଲା ରିପୋର୍ଟ ଆସିଲେ ଅସ୍ତ୍ର ପ୍ରଚାର କରାଯିବ ବୋଲି ତାଙ୍କୁ କୁହାଯାଇଥିଲା । କିନ୍ତୁ ଏହାରି ଭିତରେ ଉକ୍ତ ବ୍ୟକ୍ତି ବନରପାଳର ଏକ ଘରୋଇ ନର୍ସିଙ୍ଗ ହୋମ ରେ ଚିକିତ୍ସା ହୋଇ ଫେରିଥିବା ଜଣା ପଡିଛି । ପରେ ପୁଣି ସ୍ଥାନୀୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିବା ଜଣାପଡ଼ିଛ । ସେହିପରି ଆଉଜଣେ ସଂକ୍ରମିତ ସ୍ଥାନୀୟ ସେବା ସମିତି କାର୍ୟ୍ୟାଳୟକୁ ଯାଇଥିବା ଜଣାପଡିବା ପରେ ସେହି ଅଂଚଳକୁ ସାନିଟାଇଜ କରଯାଇଛି । ଏହି ସଂକ୍ରମିତ ଖବର ପରେ ପରବିଲ । କର୍ଣପାଳ ପଚୟତାକୁ ଆଜି ସକାଳ ଠାରୁ ଶନିବାର ସକାଳ ୬ଟା ପର୍ୟ୍ୟନ୍ତ ସଟ ଡାଉନ ସରାପଚ ଘୋଷଣା କରିଛନ୍ତି । ସେହିପରି ଆଗକୁ ବିଜିଗୋଳ, ଗଦାଶିଳା, କମରେଇ ପଚୟତାକୁ ସଟ ଡାଉନ ଘୋଷଣା କରିବେ ବୋଲି ସରପଂଚଙ୍କ ପାଖରୁ ସୂଚନା ମିଳିଛି । ଏନେଇ ଗତକାଲି ଅନୁଗୋଳରୁ କରୋନା ନମୁନା ସଂଗ୍ରହ କରୁଥିବା ଟିମ ଆସି କଣିହାଁ ଅଂଚଳରୁ ଜଣଙ୍କ ଠାରୁ ସ୍ୱାବ ସଂଗ୍ରହ କରିଥିବା ଜଣାଇଛନ୍ତି ।