(ଜୟନ୍ତ କୁମାର ସେଠୀ /ପୁରୀ): ବିଶ୍ବ ମହାମାରୀ କରୋନା ଭୁତାଣୁକୁ ମୁକାବିଲା ପାଇଁ ଜିଲ୍ଲାରେ ଯୋରଦାର କରାଯାଇଛି । ବାହାର ଜିଲ୍ଲା ବାସିନ୍ଦାଙ୍କ ଜିଲ୍ଲା ମଧ୍ୟକୁ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ଏନେଇ ଜିଲ୍ଲାପାଳ ଶ୍ରୀ ବଲଓ୍ବନ୍ତ ସିଂଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ମଧ୍ୟକୁ ଥିବା ପିପିଲି ଟୋଲଗେଟ, ଗଡିଶାଗଦା ଥାନା ଅନ୍ତର୍ଗତ ଦିବ୍ୟସିଂହପୁର ଛକ, ନିମାପଡାର ଚାରିଛକ, ଗୋପର ଯୋଗେଶ୍ବରପୁର ଏବଂ କୃଷ୍ଣପ୍ରସାଦର ପାଇକରାପୁର ଭଳି ୬ଟି ପ୍ରବେଶ ପଥ ନିକଟରେ ନାକା ଟିମ ୨୪ ଘଣ୍ଟିଆ ମୁତୟନ ହୋଇଛନ୍ତି । ସ୍ଥାନୀୟ ତହସିଲଦାର ଓ ଥାନାଧିକାରୀଙ୍କ ନେତୃତ୍ବରେ ଏହି ଟିମ କାର୍ୟ୍ୟ କରିବ । ଏଥିରେ ଜଣେ ଅଧିକାରୀଙ୍କ ସହ ଦୁଇ ଜଣ କନେଷ୍ଟବଳ ଓ ତିନି ଜଣ ହୋମଗାର୍ଡ ମୁତୟନ ହେବେ । ବାହାର ବ୍ୟକ୍ତି ଜିଲ୍ଲା ମଧ୍ୟକୁ ପ୍ରବେଶ ନିମନ୍ତେ ସନ୍ତୋଷଜନକ କାରଣ ଦେବାକୁ ପଡିବ ।