ମର୍ମନ୍ତୁଦ ସଡକ ଦୃର୍ଘଟଣା, ଜଣେ ମୃତ

କଟକ ଜିଲ୍ଲା ଟାଙ୍ଗୀ ଥନା ଅନ୍ତର୍ଗତ ବଇଞ୍ଚୁଆ ନିକଟ ୧୬ନମ୍ବର ଜାତୀୟ ରାଜପଥରେ ଏକ ମର୍ମନୁତ ବସ ଦୁର୍ଘଟଣା ହୋଇଛି ।

0

(କଟକ) : କଟକ ଜିଲ୍ଲା ଟାଙ୍ଗୀ ଥନା ଅନ୍ତର୍ଗତ ବଇଞ୍ଚୁଆ ନିକଟ ୧୬ନମ୍ବର ଜାତୀୟ ରାଜପଥରେ ଏକ ମର୍ମନୁତ ବସ ଦୁର୍ଘଟଣା ହୋଇଛି । ଏହି ବସ ଚଣ୍ଡୀଖୋଲରୁ କଟକ ଯାତ୍ରୀ ନେଇ ଆସୁଥିଲା । ମୃତ ହେଲପର ଜଣଙ୍କ ହେଲେ ଯାଜପୁର ଜିଲ୍ଲା ବନ୍ଦାଳ ଗ୍ରାମର ସଦାନନ୍ଦ ଜେନା । ମୃତ ସଦାନନ୍ଦ ଙ୍କୁ ଟାଙ୍ଗୀ ପୋଲିସ ଆମ୍ବୁଲାନ୍ସ ଯୋଗେ କଟକ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଟ୍ରକ୍ ଏବଂ ବସ ଦୁଇଟି ଗାଡ଼ିକୁ ପୋଲିସ ଜବତ୍ କରି ଟାଙ୍ଗୀ ଥାନାରେ ରଖି ତଦନ୍ତ ଜାରି ରଖିଛି

ସୂଚନାନୁଯାୟୀ , ବସଟିକୁ ଟ୍ରକ୍ ସାଇଡ୍ ମାରିବାରୁ ବସ ଡୋର ପାଖରେ ଛିଡା ହୋଇଥିବା ଜଣେ ଯାତ୍ରୀ ବସ୍ ରୁ ଖସି ପଡ଼ିବାରୁ ବସର ଚକା ଚଢିଯାଇଥିଲା । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ବସ ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସ ଓ ଟ୍ରକ୍ ଡ୍ରାଇଭର ଗାଡ଼ି ଛାଡ଼ି ପଲାଇ ଯାଇଛନ୍ତି । ମୃତ ହେଲପର ଜଣଙ୍କ ହେଲେ ଯାଜପୁର ଜିଲ୍ଲା ବନ୍ଦାଳ ଗ୍ରାମର ସଦାନନ୍ଦ ଜେନା । ମୃତ ସଦାନନ୍ଦ ଙ୍କୁ ଟାଙ୍ଗୀ ପୋଲିସ ଆମ୍ବୁଲାନ୍ସ ଯୋଗେ କଟକ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଟ୍ରକ୍ ଏବଂ ବସ ଦୁଇଟି ଗାଡ଼ିକୁ ପୋଲିସ ଜବତ୍ କରି ଟାଙ୍ଗୀ ଥାନାରେ ରଖି ତଦନ୍ତ ଜାରି ରଖିଛି