କୂଚ୍ବିହାର୍: ପଶ୍ଚିମବଙ୍ଗ କୁଚବିହାରରେ ବଡ଼ ଅଘଟଣ । ରବିବାର ବିଳମ୍ବିତ ରାତ୍ରରେ ପଶ୍ଚିମବଙ୍ଗର କୂଚ୍ବିହାର୍ ବାଟେ ଯାଉଥିବା ଗୋଟାଏ ପିକ୍ଅପ୍ ଭ୍ୟାନ୍ ବିଦ୍ୟୁତ୍ ପ୍ରବାହିତ ହେବାରୁ ପ୍ରାୟ ୧୦ଜଣ କାଉଡ଼ିଆଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯ଜଣ ଆହତ ହୋଇଥିବା କଥା ପୁଲିସ କହିଛି।
ସୂଚନା ଅନୁସାରେ , ପିକ୍ଅପ୍ ଭ୍ୟାନରେ କାଉଡିଆମାନେ ଜଳପେଶ ଶିବ ମନ୍ଦିରକୁ ଜଳ ଲାଗି ପାଇଁ ଯାଉଥିଲେ । ସେହି ପିକ୍ଅପ୍ ଭ୍ୟାନରେ ଜେନେରେଟର ଲାଗିଥିଲା । ଏଥିରେ ସର୍ଟସର୍କିଟ୍ ହେବାରୁ ରାତି ପାଖାପାଖି ୧୨ଟା ବେଳେ ଏପରି ଏକ ବଡ଼ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ପିକ୍ଅପ୍ ଡ୍ରାଇଭର ଫେରାର ହୋଇଯାଇଛି ।