ବାମନଘାଟିରୁ ୧୦ ଓସିଏସ

0

ରାଇରଙ୍ଗପୁର /ସତ୍ୟନାରାୟଣ ପାଲ: ଓଡିଶା ପ୍ରସାଶନିକ ସେବା ପରୀକ୍ଷାରେ ବାମନଘାଟି ଉପଖଣ୍ଡ ରୁ ଦଶ ଜଣ ସଫଳ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ରୁ ଦଶ ଜଣ ଓଡିଶା ପ୍ରସାଶନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ରାଇରଙ୍ଗପୁର ବ୍ଲକ ରୁ ତିନି ଜଣ, ଜାମଦା ବ୍ଲକ ରୁ ଦୁଇ ଜଣ, କୁସୁମୀ ବ୍ଲକ ରୁ ତିନି ଜଣ ବିଷୟ ବ୍ଲକ ରୁ ଜଣେ ଓ ବହଳଦା ବ୍ଲକ ରୁ ଜଣେ ଲେଖାଏଁ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କୁସୁମୀ ବ୍ଲକର ଯରଦା ପଞ୍ଚାୟତ ଅନ୍ତର୍ଗତ ବଣକାଣ୍ଡଗ୍ରାମ ର ରାଇମାତ୍ ଟୁଡୁ୩୧୪ ର୍ୟାଙ୍କରେ ସ୍ଥାନ ପାଇଛନ୍ତି । ସେ ବର୍ତ୍ତମାନ ବହଳଦା ତହସିଲରେ ଅତିରିକ୍ତ ତହସିଲଦାର ଭାବରେ କାର୍ୟ୍ୟ କରୁଛନ୍ତି। ସେହି ଭଳି କୁସୁମୀ ବ୍ଲକର ଜୟପୁର ପଞ୍ଚାୟତ ଅନ୍ତର୍ଗତ ଜାନୁମ୍ ଘୁଟୁ ର ରୂପାଲୀ ହାଁସଦା ୨୭୨ର୍ୟାଙ୍କ ପାଇଛନ୍ତି ।

କୁସୁମୀ ବ୍ଲକର ଉପରବେଡା ପଞ୍ଚାୟତ ର ଟେଣ୍ଟୋପୋଷି ଗ୍ରାମ ର ସାଲମା ମାଝୀ, ବହଳଦା ବ୍ଲକ ଅନ୍ତର୍ଗତ ସୋସ ଗ୍ରାମ ର ଲକ୍ଷ୍ମଣ ମୁର୍ମୁ, ଜାମଦା ବ୍ଲକ ତେ ଣ୍ଡରା ପଞ୍ଚାୟତ ର ଦେଓକୁଣ୍ଡି ଗ୍ରାମ ର ସୌଦାମଣି ହାଁସଦା। ରାଜକିଶୋର ଦାଶ, ମିତାଲି କୁମ୍ଭୋକର, ଜିତେନ୍ଦ୍ର ମୁର୍ମୁ, ହେମାଗିନି ମାଝୀ, ଅଚୁତା ଟୁଡୁ ରହିଥିବା ଜଣାପଡ଼ିଛି। ଓଡିଶା ପ୍ରସାଶନିକ ସେବା ପରୀକ୍ଷାରେ ପାସ କରିଥିବା ବାମନଘାଟି ଉପଖଣ୍ଡ ସର୍ବମୋଟ ୯ଜଣ ଜଣକୁ ଛାଡି ଦେଲେ ବାକି ସବୁ ଆଦିବାସୀ ସାନ୍ତାଳ ସମ୍ପଦାୟର ବୋଲି ଜଣାପଡିଛି । ତେଣୁ ସେମାନଙ୍କୁ ବିଭିନ୍ନ ସଂଗଠନ ତରଫରୁ ଏହି ଓଡିଶା ପ୍ରସାଶନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି।