ଏବେବି ୟୁକ୍ରେନ ଫସିରହିଛନ୍ତି ୧୦୦୦ ଭାରତୀୟ

1,000 Indians Still In Ukraine

0

ଓଡିଶା : ପଶ୍ଚିମ ୟୁକ୍ରେନରେ ଥିବା ଖାରକିଭ ଏବଂ ସୁମି ଅଞ୍ଚଳରୁ ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ମଧ୍ୟ ସୁମି ଅଞ୍ଚଳରେ ୭୦୦ ଏବଂ ଖାରକିଭ ଅଞ୍ଚଳରେ ୩୦୦ ଭାରତୀୟ ଛାତ୍ର ଫସି ରହିଥିବା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ରହିଛିି । ଆହୁରି ମଧ୍ୟ କହିଛନ୍ତି ସେମାନଙ୍କ ଉଦ୍ଧାର ଲାଗି ବସ୍‌ର ବ୍ୟବସ୍ଥା କରିବା ବହୁ କଷ୍ଟକର ଥିଲା । ଯାହା ଏବେ ମଧ୍ୟ ଭାରତ ସରକାରଙ୍କ ଲାଗି ଚ୍ୟାଲେଞ୍ଜ ହୋଇ ରହିଛି । ଆମେ ଅପରେସନ ଗଙ୍ଗା ସାହାଯ୍ୟରେ ଅନେକ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିଆସୁଛୁ । ଆଗକୁ ମଧ୍ୟ ଆମ କାମ ଜାରି ରହିବ । ଭାରତ ସରକାଙ୍କର ଯୁଦ୍ଧ କରୁଥିବା ଉଭୟ ଦେଶକୁ ଅନୁରୋଧ କରିଛନ୍ତି ଭାରତୀୟ ନାଗରିକଙ୍କୁ କୌଣସି ହାନି ନପହଞ୍ଚାଇବାକୁ । କୌଣସି ସୁରକ୍ଷିତ ରାସ୍ତାରେ ଭାରତକୁ ପଠାଇବାକୁ । ଆଗରୁ ୨୪ ଘଣ୍ଟାରେ ୩୦୦୦ ଛାତ୍ରଛାତ୍ରୀଙ୍କୁ ଭାରତ ଅଣାଯାଇଥିଲା । ଏହି କାର୍ଯ୍ୟ ୧୫ଟି ବିମାନ ଦ୍ୱାରା କରାଯାଇଥିଲା ।