ଉଦଳା/ଦୀପକ ମିଶ୍ର : ବାଉଁଶ ଗାଡ଼ିକୁ ଧକ୍କା ଦେଇ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା! ଦୁର୍ଘଟଣା ଫଳରେ ୧୦୮ ଆମ୍ବୁଲାନ୍ସରେ ଥିବା ୩ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି! ଶନିବାର ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଟିଟିଆ ଛକ ଠାରେ ଏକ ବାଉଁଶ ଗାଡ଼ି ଯାଉଥିବା ବେଳେ ୧୦୮ ଆମ୍ବୁଲାନ୍ସ ଧକ୍କା ଦେଇଥିଲା! ଯାହା ଦ୍ଵାରା ୧୦୮ରେ ଥିବା ଡ଼୍ରାଇଭର, ହେଲପର ଓ ଫାର୍ମାସିଷ୍ଟ ଗୁରୁତର ହୋଇଥିଲେ! ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲ ଭର୍ତି ହୋଇଥିବା ସୂଚନା ମିଳିଛି! ତେବେ ଫାର୍ମାସିଷ୍ଟ କହିବା ଅନୁଯାୟୀ ରୋଗୀଙ୍କୁ ବାରିପଦା ମେଡିକାଲରେ ଛାଡ଼ି ଫେରୁ ଥିବା ସମୟରେ ଆଖି ଲାଗିଯିବା ଓ ଗାଡ଼ି ଦୃତ ଗତିରେ ଆସୁଥିବା କହିଛନ୍ତି ଫାର୍ମାସିଷ୍ଟ! ତେବେ ବାଉଁଶ ଗାଡ଼ିଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଖୁଣ୍ଟା ପୋଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି!