ନକ୍ସଲ କବଜାରେ ୧୧ ଗ୍ରାମବାସୀ

0

ସୁକମା: ଛତିଶଗଡ- ମାଲକାନଗିରି ସୀମାନ୍ତ ସୁକୁମା ଜିଲ୍ଲାରେ ପୁଣି ମାଓ ଆତଙ୍କ । ଜିଲ୍ଲାର ଜାଗରକୋଣ୍ଡା ଥାନା ଅନ୍ତର୍ଗତ କୁନ୍ଦେର ଗ୍ରାମର ସାତ ଜଣ ଗ୍ରାମବାସୀଙ୍କୁ ଅପହରଣ କରି ନେଇଛନ୍ତି ମାଓବାଦୀ । ସୋମବାର ରାତିରେ ଏହି ଅପହରଣ ହୋଇଛି । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି ।
ସୋମବାର ରାତିରେ ନକ୍ସଲମାନେ କୁନ୍ଦେର ଗ୍ରାମର ୭ ଗ୍ରାମବାସୀଙ୍କୁ ଅପହରଣ କରିନେଇଥିଲେ। ସେମାନଙ୍କୁ ଫେରାଇ ଆଣିବା ଲାଗି ଚାରି ଜଣ ଯୁବକ ନକ୍ସଲ ଶିବିରକୁ ଯାଇଥିବା ବେଳେ ସେମାନେ ମଧ୍ୟ ଫେରି ନାହାନ୍ତି । ସେମାନଙ୍କୁ ମଧ୍ୟ ନକ୍ସଲମାନେ ଅଟକ ରଖିଥିଲା ସନ୍ଦେହ କରାଯାଉଚି ।
ଗାଁର କିଛି ଯୁବକ ନିକଟରେ ପୋଲିସ ବାହିନୀରେ ଯୋଗ ଦେଇଥିଲେ। ଏଥିରେ ନକ୍ସଲମାନେ ଆକ୍ରୋଶପରାୟଣ ହୋଇ ଏହି ଅପହରଣ କରି ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ସୁକୁମା ପୋଲିସ ଘଟଣା ଉପରେ ନଜର ରଖିବା ସହ କମ୍ବିଂ ଅପରେସନକୁ ଜୋରଦାର କରିଛି ।