୪ ଫୁଟର ଅଜଗର ସାପକୁ ଗିଳିଲା ୧୧ଫୁଟ ଲମ୍ବର ଅହିରାଜ

କଥାଟିକୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର କରଡାପଡ଼ା ଗାଁରେ।

0

(ଅନୁଗୁଳ) : ଚାରି ଫୁଟର ଅଜଗର ସାପକୁ ଗିଳିଲା ୧୧ଫୁଟ ଲମ୍ବର ଅହିରାଜ। କଥାଟିକୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର କରଡାପଡ଼ା ଗାଁରେ। ଗତକାଲି ଅଜଗର ସାପକୁ ଗିଳି ଦେଇ କରଡାପଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କ ରୋଷେଇ ଘର ଭିତରକୁ ପଶି ଯାଇଥିଲା ଅହିରାଜ ସାପ। ପରିବାର ଲୋକେ ଘର ଭିତରେ ଏତେ ବଡ ସାପକୁ ଦେଖି ଭୟଭୀତ ହୋଇଯାଇଥିଲେ। ଏନେଇ ବନ ବିଭାଗକୁ ଖବର ଦେଇଥିଲେ।

ସୂଚନାନୁଯାୟୀ , ବନ ବିଭାଗ କର୍ମଚାରୀ ଓ ସାପ ଧରାଳି ଘଟଣାସ୍ଥଳରେ ପହଞ୍ଚି ଅହିରାଜ ସାପକୁ ଘର ଭିତରୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ପୂର୍ବରୁ ଗିଳିଥିବା ଅଜଗର ସାପଟିକୁ ଅହିରାଜ ବାହାର କରି ଦେଇଥିଲା। ପରବର୍ତ୍ତୀ ସମୟରେ ସାପଟିକୁ ଟିକରପଡା ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିଲା ପରେ ଜଙ୍ଗଲରେ ଛଡାଯାଇଥିଲା ।