ଇଣ୍ଡୋନେସିଆ ଫୁଟବଲ ଟ୍ରାଜେଡିକୁ ନେଇ ସ୍ତବ୍ଧ ହୋଇଯାଇଛି କ୍ରୀଡା ଜଗତ । ଚାହୁଁ ଚାହୁଁ ଚାଲିଗଲା ଅନେକ ନିରୀହ ଦର୍ଶକଙ୍କ ଜୀବନ । ଇଣ୍ଡୋନେସିଆରେ ଚାଲିଥିଲା ବିଶ୍ୱ ଫୁଟୁବଲ ଟୁନାମେଣ୍ଟ । ଗତ ଶନିବାର ଦିନ ମୁହାଁମୁହି ହୋଇଥିଲେ ଦୁଇ ପାରମ୍ପରିକ ପ୍ରତିଦ୍ୁନ୍ଦି ଆରୋମା ଫୁଟୁବଲ କ୍ଲବ ଏବଂ ପରସେବାୟା ଫୁଟୁବଲ କ୍ଲବ । ମ୍ୟାଚ ପାଇଁ ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ପ୍ରବଳ ଉସାହ । ଏହି ମ୍ୟାଚ ପାଇଁ ଖଚାଖଚ ଭିଡ ସାଙ୍ଗକୁ କରତାଳିରେ ଗର୍ଜୁଥିଲା ଜାଭା ଷ୍ଟାଡିୟମ । କିନ୍ତୁ କିଏ ଜାଣିଥିଲା ଏହି ମାହୋଲ ହିସାଂ ର ରୂପ ନେବ ଆଉ ବଳି ପଡିଯିବେ ନିରୀହ ଦର୍ଶକ । ମ୍ୟାଚରେ ଆରୋମା ଫୁଟୁବଲ କ୍ଲବ ୩-୨ ରେ ପରସେବାୟା ଠାରୁ ହାରିଯିବାରୁ ଆରୋମ ର ପ୍ରଶଂସକ ମାନେ ପଡିଆ ଭିତରକୁ ପଶିଯାଇଥିଲେ । ଫଳରେ ଉଭୟ ଦଳର ପ୍ରଶଂସକଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ହିସାଂ କାଣ୍ଡ । ପୋଲିିସ ଏହି ଭିଡ କୁ ନିୟନ୍ତ୍ରଣ ନକରିପାରିବାରୁ ଟିୟର ଗ୍ୟାସ ସହ ଲାଠି ମାଡର ପ୍ରୟୋଗ କରିଥିଲା । ଏହାରି ଭିତରେ ଦଳାଚକଟା ହୋଇ ପ୍ରାଣ ହରାଇଥିଲେ ୧୨୫ ଜଣ ଲୋକ । ଏହି ଘଟଣା ଶହ ଶହ କ୍ରୀଡା ପ୍ରେମୀମାନଙ୍କୁ ଆଘାତ ଦେଇଛି । ଟିୟର ଗ୍ୟାସ ବ୍ୟାନ ପରେ ବି ପୋଲିସ ଏହାର ପ୍ରୟୋଗ କରିଥିଲା ଏବଂ ଇଣ୍ଡୋନେସିଆରେ ଏହି ଘଟଣାକୁ ନେଇ ପୋଲିସ ଓ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିଥିଲେ । ଗତକାଲି ଇଣ୍ଡୋନେସିଆ ରାଷ୍ଟ୍ରପତି ସମସ୍ତ ମ୍ୟାଚକୁ ବାତିଲ କରି କଡା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।