କ୍ଷେତ୍ର ପରିଦର୍ଶନରୁ ଫେରି ତୁରନ୍ତ ପୁଲିସ ବଳ ହଟାଇବା ପାଇଁ ୧୩ ଦଳର ଦାବୀ

0

ଭୁବନେଶ୍ୱର: ଢ଼ିଙ୍କିଆ ଅଞ୍ଚଳର ପରିସ୍ଥିତି ଖୁବ ଉଦବେଗଜନକ ଏବଂ ସାଧାରଣ ଜନତାଙ୍କ ପରିସ୍ଥିତି ଅତି ଶୋଚନୀୟ ହୋଇ ପଡିଛି କ୍ଷ ଗାଁ ର ଶହ ଶହ ପରିବାରର ପୁରୁଷ ମାନେ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି କିମ୍ବା କେଉଁଠି ଜୀବନ ବଞ୍ଚାଇବା ପାଇଁ ଆଶ୍ରୟ ନେଇଛନ୍ତି କ୍ଷ ପୁଲିସ ର ଆତଙ୍କରାଜ, ଦୌରାତ୍ମ୍ୟ ଏବଂ ଅତ୍ୟାଚାର ମଧ୍ୟରେ ଲୋକେ ଅତିଷ୍ଠ ହୋଇ ପଡିଲେଣି କ୍ଷ ଲୋକଙ୍କ ସ୍ୱାଭାବିକ ଜୀବନ, ଜୀବିକା ଏବଂ ରୋଜଗାର ଇତ୍ୟାଦି ସବୁକିଛି ବିପନ୍ନ ହୋଇ ପଡିଛି କ୍ଷ ସ୍ୱାସ୍ଥ୍ୟ ଜନିତ ସଂକଟ ପରିସ୍ଥିତି ରେ ଚିକିତ୍ସା ପାଇଁ ସାଧାରଣ ଲୋକେ ହସ୍ପିଟାଲ ଯାଇ ପାରୁନାହାଁନ୍ତି କ୍ଷ ପୁଲିସ ର ଅତ୍ୟାଚାର ସୀମା ଲଂଘନ କରିଛି କ୍ଷ ଶହ ଶହ ଲୋକଙ୍କ ଉପରେ ମିଥ୍ୟା ମୋକଦ୍ଦମା କରା ଯାଇଛି କ୍ଷ ଗୋଟିଏ ପରିବାର ର ୫ ଜଣକୁ ଗିରଫ କରାଯାଇଛି
ଶିଶୁ, ମହିଳା, ବୃଦ୍ଧ-ବୃଦ୍ଧା ମାନଙ୍କର ଚିତ୍କାର ଏବଂ କରୁଣ କ୍ରନ୍ଦନ ର ଦୃଶ୍ୟ ତଥା ଲୋମ ହର୍ଷଣ କାରୀ ଘଟଣାବଳିର ପ୍ରତ୍ୟକ୍ଷ ବର୍ଣ୍ଣନା ଶୁଣି ୧୩ ଦଳ ର ନେତୃବୃନ୍ଦ ସ୍ତମ୍ଭିଭୁତ ହୋଇ ପଡିଛନ୍ତି କ୍ଷ ଢ଼ିଙ୍କିଆ ରେ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର କୁ ହତ୍ୟା କରାଯାଇ ଏକ ମାନବୀୟ ସଂକଟ ସୃଷ୍ଟି ହୋଇଛି କ୍ଷ ପୁଲିସ ଜବର ଦସ୍ତ ସମ୍ମତି ଆଦାୟ କରି ପାନ ବରଜ ଭାଙ୍ଗୁଛି କିମ୍ବା ପରିବାର ର ସଦସ୍ୟ ମାନଙ୍କୁ ପୁଲିସ କ୍ୟାମ୍ପ କୁ ଡକାଇ ସମ୍ମତି ବିରୋଧ ରେ ଦସ୍ତଖତ ନେଇ ବରଜ ଭାଙ୍ଗୁଛନ୍ତି କ୍ଷ ଏକ ନିରନ୍ତର କୃଷି ଅର୍ଥନୀତି କୁ ଧ୍ବଂସ କରି ରାଜ୍ୟ ସରକାର ଜିନ୍ଦଲ ଭଳି କର୍ପୋରେଟ ର ସ୍ୱାର୍ଥ ପାଇଁ ଲୋକଙ୍କ ଉପରେ ଏହିଭଳି ଦମନ କାହିଁକି ଚଳାଇଛନ୍ତି ବୋଲି ମିଳିତ ବିରୋଧୀ ଦଳ ର ନେତୃବୃନ୍ଦ ପ୍ରଶ୍ନ କରିଛନ୍ତି କ୍ଷ ଲୋକଙ୍କ ଭିତରେ ଆସ୍ଥା, ବିଶ୍ୱାସ,ଭରଷା ଏବଂ ସାହସ ଜୁଟାଇବା ପାଇଁ ଢ଼ିଙ୍କିଆ ଗାଁ ଦାଣ୍ଡରେ ଶାନ୍ତି ପଟୁଆର ଏବଂ ସଭା ସଂଗଠିତ ହୋଇଛି କ୍ଷ ୧୩ଦଳର ନେତୃବୃନ୍ଦ ଜଗତସିଂହପୁର ଏସ ପି ଙ୍କୁ ଭେଟି ସମସ୍ତ ବିଷୟ ଅବଗତ କରିଛନ୍ତି କ୍ଷ ୨୪ ଘଣ୍ଟା ମଧ୍ୟରେ ପରିସ୍ଥିତି ରେ ସୁଧାର ନଆସିଲେ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ମିଳିତ ବିରୋଧୀ ଦଳର ନେତୃବୃନ୍ଦ ଢ଼ିଙ୍କିଆ ଅଞ୍ଚଳ ଗସ୍ତ କରି ଫେରିଲା ପରେ ଏହି ଘୋଷଣା କରିଛନ୍ତି କ୍ଷ
ଢ଼ିଙ୍କିଆ ଅଞ୍ଚଳ ରୁ ତୁରନ୍ତ ପୁଲିସ ବଳ ହଟାଇବା, ଲୋକଙ୍କ ଉପରେ ପୁଲିସ ଅତ୍ୟାଚାର ବନ୍ଦ କରିବା,ଆନ୍ଦୋଳନକାରୀ ମାନଙ୍କ ଉପରେ ହୋଇଥିବା ମିଥ୍ୟା ମୋକଦ୍ଦମା ପ୍ରତ୍ୟାହାର କରିବା, ଗିରଫ ହୋଇ ଜେଲ ରେ ଥିବା ସମସ୍ତଙ୍କୁ ତୁରନ୍ତ ଖଲାସ କରିବା, ୧୪ଜାନୁୟାରୀରେ ହୋଇଥିବା ପୁଲିସ ର ଅମାନୁଷିକ ଲାଠି ଚାଳନା ଓ ଅତ୍ୟାଚାର ର ତଦନ୍ତ ଉଚ୍ଚ ନ୍ୟାୟାଳୟ ତତ୍ୱାବଧାନ ରେ ସ୍ୱତନ୍ତ୍ର ଅନୁ ସନ୍ଧାନକାରୀ ଦଳ କ୍ଷ(ଏସ ଆଇ ଟି) ଦ୍ୱାରା କରିବା ଏବଂ ଗତକାଲି ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ କୁ କାର୍ୟ୍ୟକାରୀ କରିବା ଇତ୍ୟାଦି ଦାବୀ ଗୁଡିକୁ ନେଇ ପ୍ରତିବାଦ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରାଯାଇଛି କ୍ଷ ଏହି ସବୁ ଦାବୀ ଗୁଡିକୁ ସରକାର କର୍ଣ୍ଣପାତ ନକଲେ ଗଣତାନ୍ତ୍ରିକ ଆନ୍ଦୋଳନ ସହିତ ମିଳିତ ବିରୋଧୀ ଦଳ ଜାତୀୟ ମାନବିକ ଅଧିକାର କମିଶନ ଏବଂ ଉଚ୍ଚ ନ୍ୟାୟାଳୟ ର ଦ୍ୱାରସ୍ଥ ହେବାକୁ ବାଧ୍ୟ ହେବ ବୋଲି କୁହାଯାଇଛି କ୍ଷ
ବିରୋଧୀ ଦଳ ମାନଙ୍କର ଏହି ତଥ୍ୟ ଅନୁସନ୍ଧାନକାରୀ ଦଳ ରେ କଂଗ୍ରେସ, ସି ପି ଆଇ (ଏମ ), ସି ପି ଆଇ-ଏମ ଏଲ( ଲିବେରେସନ ), ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ, ସି ପି ଆଇ-ଏମ ଏଲ(ରେଡ ଷ୍ଟାର ), ସି ପି ଆଇ-ଏମ ଏଲ(ନ୍ୟୁ ଡେମୋକ୍ରେସୀ), ସି ପି ଆଇ(ଏମ ଏଲ ), ସମାଜବାଦୀ ପାର୍ଟି, ଆର ପି ଆଇ, ଏନ ସି ପି, ସି ପି ଆଇ ଦଳର ବରିଷ୍ଠ ନେତା ସାମିଲ ହୋଇଥିଲେ ।