ଚୀନ ଲୁହା ପଥର ଖଣି ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

0

ବେଜିଂ: ଉତ୍ତର ଚୀନା ସାନଜିଂ କ୍ଷେତ୍ରର ଏକ ଲୁହା ପଥର ଖଣିରେ ଦବି ଯାଇଥିବା ୧୩ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ସମସ୍ତ ମୃତ ଦେହକୁ ଖାଦାନରୁ ଉଦ୍ଧାର କରାଯାଇଛି । ଜୁନ ୧୦ ତାରିଖରେ ଏହି ଦୁର୍ଘଟଣା ଡାଇଜିନରେ ଥିବା ଲୁହା ପଥର ଖଣିରେ ଘଟିଥିଲା । ଖାଦାନରୁ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ୧,୦୮୪ ଜଣ ନିୟୋଜିତ ରହି ପୂରା ୬ ଦିନ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । ସମସ୍ତ ମୃତକଙ୍କ ଡିଏନଏ ରିପୋର୍ଟ ଆସିବା ପରେ କର୍ତ୍ତୃପକ୍ଷ ଏହି ସ୍ପଷ୍ଟୋକ୍ତି ଦେଇଛି । ଏହି ଘଟଣାରେ ପୁଲିସ ୧୩ ଜଣଙ୍କୁ ସନ୍ଦେହରେ ଅଟକ ରଖି ଯାଞ୍ଚ ଚଳାଇଛି ।
ଚୀନର କୋଇଲା ଖଣିଗୁଡିକ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ଖଣି । ୨୦୦୯ରେ ବିଶ୍ୱର ସବୁଠାରୁ ବଡ ଖାଦାନ ଦୁର୍ଘଟଣା ଚୀନରେ ଘଟିଥିଲା । ଏହି ଦୁର୍ଘଟଣାରେ ମୋଟ ୨,୬୩୧ ଜଣଙ୍କ ମୃତ୍ୟୁ ହୋଇଥିଲା । ଖାଦାନରେ ସୁରକ୍ଷା ନିରାପତା ଅଭାବରୁ ଏହି ଦୁର୍ଘଟଣା ସଂଗଠିତ ହୋଇଥାଏ । ଏହି ସବୁ ଖାଦାନରେ ଆବଶ୍ୟକୀୟ ଭେଣ୍ଟିଲେସନ ସୁବିଧା ଓ ଅଗ୍ନି ନିର୍ବାପକ ସାଧନର ଅଭାବ ରହିଛି ।