ରାଜଧାନୀରେ ପୁଣି ୧୩୦ ଡାକ୍ତର କର୍ମଚାରୀ କରୋନା ସଂକ୍ରମିତ

କ୍ୟାପିଟାଲ ହସ୍ପିଟାଲର ୪୦ଜଣ ଡାକ୍ତରଙ୍କ ସମେତ ମୋଟ ୧୩୦ଜଣ କର୍ମଚାରୀ ବୁଧବାର କରୋନା ସଂକ୍ରମିତ ହୋଇଛନ୍ତି । ଏ

0

(ଭୁବନେଶ୍ୱର) : କ୍ୟାପିଟାଲ ହସ୍ପିଟାଲର ୪୦ଜଣ ଡାକ୍ତରଙ୍କ ସମେତ ମୋଟ ୧୩୦ଜଣ କର୍ମଚାରୀ ବୁଧବାର କରୋନା ସଂକ୍ରମିତ ହୋଇଛନ୍ତି । ଏହା ପରେ ଓପିଡି ର ସମୟକୁ ହ୍ରାସ କରାଯାଇଥିବା ବେଳେ । ଆବଶ୍ୟକ ପଡ଼ିଲେ ହସ୍ପିଟାଲ ପକ୍ଷରୁ ଟେଲିମେଡିସିନ ସେବା ଆରମ୍ଭ କରାଯାଇ ରୋଗୀଙ୍କୁ ସେବା ଯୋଗାଇ ଦେବାକୁ ଯୋଜନା ପ୍ରସ୍ତୁତ ହୋଇଛି।

ସୂଚନାନୁଯାୟୀ , ହସ୍ପିଟାଲର ପ୍ରାୟ ୧୩୦ଜଣ କର୍ମଚାରୀ କୋଭିଡ୍ ସଂକ୍ରମିତ ହୋଇଛନ୍ତି। ୪୦ଜଣ ଡାକ୍ତରଙ୍କ ସମେତ ୩୦ଜଣ ନର୍ସ, ୪୦ଜଣ ଟେକନିସିଆନ୍ ଓ ୧୦ରୁ ୧୫ଜଣ ଫାର୍ମାସିଷ୍ଟ ସଂକ୍ରମିତ ହୋଇଛନ୍ତି। ଏତେ ସଂଖ୍ୟକ କର୍ମଚାରୀ ସଂକ୍ରମିତ ହେବା ପରେ ଓପିଡିର ସମୟସୀମାକୁ ହ୍ରାସ କରାଯାଇଛି। ଏହା କେବଳ ସକାଳ ୮ଟାରୁ ୧ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସେ କହିଛନ୍ତି। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଡ୍ୟୁଟିରେ ଥିବା ସମସ୍ତ କର୍ମଚାରୀ ଓ ରୋଗୀଙ୍କୁ ଆବଶ୍ୟକ ପ୍ରତିଷେଧକମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।