Reporters Today
  • Home
  • ଓଡିଶା
  • ବାରୁଣୀ ସ୍ନାନ ପାଇଁ ୧୪୪ଧାରା ଲାଗୁ
ଓଡିଶା

ବାରୁଣୀ ସ୍ନାନ ପାଇଁ ୧୪୪ଧାରା ଲାଗୁ

(ଯାଜପୁର) : ଆସନ୍ତାକାଲି ପବିତ୍ର ବୈତରଣୀ ନଦୀରେ ବାରୁଣୀ ସ୍ନାନ ଅନୁଷ୍ଠିତ ହେବ । ତେବେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରଯାଇଛି । କୌଣସି ଭକ୍ତ ଏହି କାର୍ଯ୍ୟକ୍ରମରେ ଯୋଗ ନଦେବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି ।
ସୂଚନାନୁଯାୟୀ , ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାଇ ପିଣ୍ଡଦାନ କରିବାକୁ ଆସିଥିବାରୁ ପ୍ରଶାସନ ପକ୍ଷରୁ ଏହାକୁ ବାରଣ କରାଯାଇଛି। ଫଳରେ ଏହି ସ୍ଥାନକୁ ଆସନ୍ତାକାଲି ପାଇଁ ୧୪୪ ଜାରି କରାଯିବା ସହ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଏଥିପାଇଁ ସ୍ଥାନୀୟ ତହସିଲ ଓ ପୁଲିସ ପ୍ରଶାସନ ଉପଯୁକ୍ତ କାର୍ଯ୍ୟପନ୍ଥା ଗ୍ରହଣ କରି କିପରି ଏଠ‌ାରେ ଶ୍ରଦ୍ଧାଳୁଙ୍କୁ ଏକତ୍ରିତ ହେବାକୁ ସୁଯୋଗ ଦିଆନଯିବ ସେ ନେଇ ବ୍ୟବସ୍ଥା କରାଯିବ।

Related posts

ବନ୍ଦ ହେଲା ରଥଯାତ୍ରା

Report

ଗଣମାଧ୍ୟମ ନାଁରେ ଦାଦାଗିରି

Report

ଏଥର ବୋଲବମ ଭକ୍ତଙ୍କୁ ମନା , ୮ ତାରିଖ ଯାଏ କଟକ ସହର ସଟ୍ଡାଉନ୍

Report

Leave a Comment