ଛତିଶଗଡରେ ବ୍ଲାକ ଫଙ୍ଗସ ପ୍ରକୋପ: ୧୫ ରୋଗୀ ଚିହ୍ନଟ

0

ରାୟପୁର: ଛତିଶଗଡରେ ବ୍ଲାକ ଫଙ୍ଗସରେ ୧୫ରୁ ଅଧିକ ରୋଗୀ ଚିହ୍ନଟ ହେଲେଣି । ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ୧୫ ରୋଗୀଙ୍କୁ ରାୟପୁର ଏମ୍ସରେ ଭର୍ତ୍ତି କରାଯାଇଛି । ଏଥିମଧ୍ୟରୁ ଅଧିକ ରୋଗୀଙ୍କ ଆଖିରେ ଇନ୍‌ଫେକ୍ସନ ବ୍ୟାପୁଥିବା ଏମସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଇତି ମଧ୍ୟରେ ଛତିଶଗଡ ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ ସିଂହଦେବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ରାଜ୍ୟର ବିଭିନ୍ନ ଭାଗରୁ ବ୍ଲାକ ଫଙ୍ଗସ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଷ୍ଟେରଏଡ ବ୍ୟବହାର ବିଷୟରେ ଡାକ୍ତରମାନଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ପ୍ରକାଶ ପାଇବ । ଏଥିପାଇଁ ଆବଶ୍ୟକ ଔଷଧ, ଜରୁରୀ ଇଞ୍ଜେକ୍ସନର କଳାବଜାରୀ ଉପରେ ନଜର ରଖାଯାଇଛି ଏବଂ ଏହା ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ।
ଋାୟପୁରରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏଠାରେ ଲକ୍‌ଡାଉନ ଆହୁରି ବୃଦ୍ଧି କରାଯାଇ ପାରେ । ଏହାକୁ ଆହୁରି ଏକ ସପ୍ତାହ ଏହି ଲକ୍‌ଡାଉନ ବୃଦ୍ଧି କରାଯାଇପାରେ ବେଲି ଅନୁମାନ କରାଯାଉଛି । ତେବେ ପୋଷାକ ଦୋକାନ, ବିବାହ କାର୍ୟ୍ୟ ଏବଂ ଜୁରୀରି ସାମଗ୍ରୀ ଦୋକାନକୁ ସର୍ତ୍ତ ଅନୁସାରେ ଖୋଲିବା ପାଇଁ ଅନୁମତି ମିଳିପାରେ ।