ଏଥର କାରରେ ଏକୁଟିଆ ଥିଲେ ବି ପିନ୍ଧିବାକୁ ପଡିବ ମାସ୍କ

0

(ରିପୋଟର୍ସ ଟୁଡେ/ ନୂଆଦିଲ୍ଲୀ): ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ଦିଲ୍ଲୀ ହାଇକୋର୍ଟ ଏହି ସମୟରେ ଏକ ବଡ଼ ରାୟ ଦେଇଛନ୍ତି। ଏଣିକି କାରରେ ଏକୁଟିଆ ବସିଥିଲେ ବି ମାସ୍କ ପିନ୍ଧିବା ଅନିର୍ବାର୍ୟ୍ୟ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। କାରକୁ ‘ପବ୍ଲିକ ପ୍ଲେସ’ କହିବା ସହିତ ମାସ୍କକୁ ‘ସୁରକ୍ଷା କବଚ’ ବୋଲି ଏହି ଅବସରରେ କହିଛନ୍ତି କୋର୍ଟ। ଏକ କାର ଚାଳକ ମାସ୍କ ପିନ୍ଧିନଥିବାରୁ ତାଙ୍କୁ ଜୋରାମାନା ଲଗାଥିଲା ଦିଲ୍ଲୀ ପୁଲିସ। ହେଲେ ସେ ଦେବେନି ବୋଲି ଜିଦ୍ ଧରିଥିଲେ। ପରେ ମାମଲା ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିବା ପରେ ଆଜି କୋର୍ଟ ଏଭଳି ରାୟ ଶୁଣାଇଛନ୍ତି।
ବିଚାରପତି ପ୍ରତିଭା ଏମ୍ ସିଂହ କହିଛନ୍ତି, କାରରେ ଏକୁଟିଆ ବସିଥିଲେ ମଧ୍ୟ ମାସ୍କ ନିଜର ସୁରକ୍ଷା ପାଇଁ ପିନ୍ଧିବା ନିତାନ୍ତ ଆବଶ୍ୟକ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଜଣେ ଟିକା ନେଇଛି କି ନାହିଁ ଯେତିକି ଗୁରୁତ୍ୱ ନୁହେଁ ହେଲେ ମାସ୍କ ପିନ୍ଧିବା ଅନିର୍ବାର୍ୟ୍ୟ ବୋଲି ବିଚାରପତି କହିଛନ୍ତି। ହାଇକୋର୍ଟ ରାୟ ଶୁଣାଇବା ବେଳେ କହିଛନ୍ତି, ଟ୍ରାଫିକରେ ଯଦି କାର ଅଟକୁଛି ତାହେଲେ କାରର ଝରକା ଖୋଲିଦେବା ଆବଶ୍ୟକ।