Reporters Today
  • Home
  • ଓଡିଶା
  • ବାହାର ରାଜ୍ୟରୁ ଆସିଲେ ଆରଟିପିସିଆର ଟେଷ୍ଟ, ନଚେତ ୭ ଦିନ କ୍ୱାରେଣ୍ଟିନ
ଓଡିଶା

ବାହାର ରାଜ୍ୟରୁ ଆସିଲେ ଆରଟିପିସିଆର ଟେଷ୍ଟ, ନଚେତ ୭ ଦିନ କ୍ୱାରେଣ୍ଟିନ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଏଣିକି ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ଲୋକମାନଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ। । ଯେଉଁମାନେ ଟେଷ୍ଟ ନ କରିବେ ସେମାନଙ୍କୁ ୭ ଦିନ ଲାଗି କ୍ୱାରେଣ୍ଟିନରେ ରଖାଯିବ। ରାଜ୍ୟରେ ଦୈନିକ ସଂକ୍ରମଣ ୯ଶହ ମୁହାଁ ହୋଇଥିବା ବେଳେ ଏହାକୁ ରୋକିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଏପରି କଡ଼ାକଡ଼ି ଭାବେ କୋଭିଡ୍ ନିୟମାବଳୀକୁ ଲାଗୁ କରାଯାଇଥିବା ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ କହିଛନ୍ତି ।
ଏପରିକି ପଶ୍ଚିମବଙ୍ଗରୁ ଫେରୁଥିବା ଲୋକଙ୍କର ବି ଆରଟିପିସିଆର ଟେଷ୍ଟ କରାଯିବ ବୋଲି ସେ କହିଛନ୍ତି । ଏହାଛଡ଼ା ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା ଓ ସାନିଟାଇଜର ବ୍ୟବହାର କରିବା ଲାଗି ଲୋକଙ୍କୁ ପରାମର୍ଶ ଦିଆଯାଇଛି । ସବୁ ସ୍ଥାନରେ ଏହାକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Related posts

ଗାଧୋଇବାକୁ ଯାଇ ପ୍ରାଣ ହରାଇଲେ ଆଇଟିଆଇ ଛାତ୍ର

Report

ଜମି ହଡ଼ପର ପ୍ରମାଣ ଦେଲେ ରାଜନୀତି ଛାଡ଼ିବି: ମହାରଥୀ

Report

ଜାଣନ୍ତୁ ସାନ୍ତା କ୍ଲଜ ପଛର ରହସ୍ୟ ?

Report

Leave a Comment