୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପାଇଁ ୧୬୮ କୋଟି ୦୮ଲକ୍ଷ ୩୨ ହଜାର ଟଙ୍କାର ପ୍ରସ୍ତାବିତ ଅତିରିକ୍ତ ବ୍ୟୟ ବରାଦ

0

ଭୁବନେଶ୍ୱର:ରାଜ୍ୟ ସରକାର ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପାଇଁ ୧୬୮ କୋଟି ୦୮ଲକ୍ଷ ୩୨ ହଜାର ଟଙ୍କାର ପ୍ରସ୍ତାବିତ ଅତିରିକ୍ତ ବ୍ୟୟ ବରାଦ କରିଛନ୍ତି । ଏଥି ମଧ୍ୟରୁ ପ୍ରଶାସନିକ ଖର୍ଚ୍ଚ ପାଇଁ ୨ କୋଟି ୪୬ ଲକ୍ଷ ୨୫ ହଜାର ଟଙ୍କା ଓ କାର୍ଯ୍ୟକ୍ରମ ବ୍ୟୟ ବରାଦ ପାଇଁ ମୋଟ ୧୬୫ କୋଟି  ୬୨ଲକ୍ଷ  ୭ହଜାର ଟଙ୍କା ଅତିରିକ୍ତ ବ୍ୟୟ ବରାଦ କରିଛନ୍ତି ଓ କାର୍ଯ୍ୟକ୍ରମ ବ୍ୟୟ ବରାଦ ମଧ୍ୟରୁ ସାଧାରଣ ବଣ୍ଟନ ବ୍ୟବସ୍ଥା ((PDS) ଯୋଜନାରେ ସବସିଡି ବାବଦକୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ହିତାଧିକାରୀଙ୍କୁ ବିନାମୂଲ୍ୟରେ ମୁଣ୍ଡ ପିଛା ମାସିକ ୫କିଗ୍ରା ଚାଉଳ କିମ୍ବା ଗହମ କିମ୍ବା ଉଭୟ ବଣ୍ଟନ କରିବା ପାଇଁ ୧୬୪କୋଟି ୪୬ ଲକ୍ଷ  ୨୦ ହଜାର ଟଙ୍କା ର ଅତିରିକ୍ତ  ବ୍ୟୟ ବରାଦ କରାଯାଇଅଛି ଏବଂ ଅନ୍ନପୂର୍ଣା ଯୋଜନାରେ ଏପ୍ରିଲ ୨୦୨୨ ରୁ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ବଣ୍ଟାଯାଇଥିବା ଚାଉଳର ଖର୍ଚ୍ଚ ବାବଦକୁ ଟୋକୋନ  ପ୍ରତିବଦଳରେ ୧କୋଟି ୧୫  ଲକ୍ଷ  ୮୭ ହଜାର ଟଙ୍କାର  ଅତିରିକ୍ତ ବ୍ୟୟ ବରାଦ କରାଯାଇଅଛି ।ସାଧାରଣ ବଣ୍ଟନ ବ୍ୟବସ୍ଥାର ସୁପରିଚାଳନାରେ ଓଡିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟ ଭାବରେ ପରିଗଣିତ ହୋଇଆସୁଛି। କେନ୍ଦ୍ର ସରକାରଙ୍କ(୨୦୨୨)ଦ୍ୱାରା ପ୍ରକାଶିତ ସଦ୍ୟତମ “ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA)ରାଜ୍ୟ ମାନ୍ୟତା ସୂଚକାଙ୍କ((State Ranking Index)” )” ରେ, ଦେଶର ୧ ନମ୍ବର ରାଜ୍ୟ ଭାବରେ ସ୍ଥାନିତ ହୋଇଛି ଯାହାକି ଆମ ରାଜ୍ୟ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ରାଜ୍ୟର ପ୍ରାୟ ୮୦% ଜନସଂଖ୍ୟା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ଓ ସେମାନଙ୍କ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରାଯାଇଛି।

ଓଡିଶାରେ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ((One Nation One Ration Card)) ଯୋଜନା ୨୦୨୧ ମସିହା ଜୁଲାଇ ମାସ ଠାରୁ ଲାଗୁ କରାଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ) ଅନୁସାରେ ସାମିଲ ହୋଇଥିବା ହିତାଧିକାରୀ ନିଜ ପସନ୍ଦର ଦେଶର ଯେକୌଣସି ସୁଲଭ ମୂଲ୍ୟ ଦୋକାନରୁ ନିଜ ପ୍ରାପ୍ୟ ଖାଦ୍ୟ ସାମଗ୍ରୀ ଉଠାଇ ପାରିବେ। ସେହିପରି, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (SFSS)) ରେ ସାମିଲ ହୋଇଥିବା ହିତାଧିକାରୀମାନେ ରାଜ୍ୟର ଯେକୌଣସି ସୁଲଭ ମୂଲ୍ୟ ଦୋକାନରୁ ସେମାନଙ୍କ ପ୍ରାପ୍ୟ ରାସନ ନେଇ ପାରିବେ। ପୁଷ୍ଟିହୀନତା ଜନିତ ସମସ୍ୟାର ସମାଧାନ ନିମିତ୍ତ ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥା ((PDS) ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ଵାରା ସଞ୍ଚାଳିତ Integrated Child Development Scheme (ICDS)  ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର PM-POSHAN (ପୂର୍ବତନ ମଧ୍ୟାହ୍ନ ଭୋଜନ ଯୋଜନା) ରେ ଉପକୃତ ହେଉଥିବା ହିତାଧିକାରୀଙ୍କ ନିମନ୍ତେ ୨୦୨୧-୨୨ ବର୍ଷ ଠାରୁ ଭିଟାମିନଯୁକ୍ତ ଚାଉଳ ଯୋଗାଣ ଯୋଜନା ((Rice Fortification Programme) ) କାର୍ୟ୍ୟକାରୀ କରାଯାଉଛି। ଏହି ଯୋଜନା ଅନ୍ତର୍ଗତ ମାଲକାନଗିରି ପାଇଲଟ ଜିଲ୍ଲାରେ ୨୦୨୧ ମସିହା ଜୁଲାଇ ମାସଠାରୁ ହିତାଧିକାରୀଙ୍କୁ ଭିଟାମିନଯୁକ୍ତ ଚାଉଳ ଯୋଗାଇ ଦିଆଯାଉଅଛି ଓ ଅବଶିଷ୍ଟ ଜିଲ୍ଲାଗୁଡିକରେ ଏହି ଯୋଜନା ପର୍ଯ୍ୟ।ୟକ୍ରମେ ଲାଗୁ କରାଯିବ।