୧୭୨ ଗ୍ରାମ ବ୍ରାଉନସୁଗାର ସହ ୩ ଅଭିଯୁକ୍ତ ଗିରଫ
୧୭୨ ଗ୍ରାମ ବ୍ରାଉନସୁଗାର ଜବତ କଲା ଏସଟିଏଫ ଓ ସମୁଦ୍ର କୂଳ ଥାନା ପୋଲିସ
(ପୁରୀ) : ୧୭୨ ଗ୍ରାମ ବ୍ରାଉନସୁଗାର ଜବତ କଲା ଏସଟିଏଫ ଓ ସମୁଦ୍ର କୂଳ ଥାନା ପୋଲିସ । ଏଥିସହ ୩ ମୁଖ୍ୟ ବ୍ରାଉନସୁଗାର ବେପାରୀଙ୍କୁ ସମୁଦ୍ର କୂଳ ଥାନା ପୋଲିସ ଗିରଫ କରିଛି। ଏହାସହ ୧୫ ହଜାର ୨୩୯ ଟଙ୍କା, ୩ଟି ମୋବାଇଲ ଫୋନ, ୨ଟି ବାଇକ ଜବତ କରାଯାଇଛି।
ସୂଚନାନୁଯାୟୀ , ବ୍ରାଉନସୁଗାର କାରବାରର ଏହି ତିନି ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ସଦର ବ୍ଲକ ଛକ ଅଞ୍ଚଳର ସୁବାଷ କୁମାର ଦାସ, ୱଟର ୱର୍କ୍ସ ରୋଡର ମାନସ ରଞ୍ଜନ ବାରିକ ଓ ଚନ୍ଦନପୁର ତଳଜଙ୍ଗ ଗ୍ରାମର ଆଶୁତୋଷ ପରିଡା।