ତୀର୍ଥରାଜ ଶ୍ରୀମହୋଦଧିଙ୍କ ନିତ୍ୟ ସଂଧ୍ୟା ଆରତୀର ୧୭ତମ ବାର୍ଷିକ ମହୋତ୍ସବର ପ୍ରସ୍ତୁତି ବୈଠକ

0

ପୁରୀ: ପୁରୀ ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ଵତୀ ମହାରାଜଙ୍କ ଦ୍ୱାରା ଆରମ୍ଭ ହୋଇଥିବା ତୀର୍ଥରାଜ ଶ୍ରୀମହୋଦଧିଙ୍କ ନିତ୍ୟ ସଂଧ୍ୟା ଆରତୀ ର ୧୭ତମ ବାର୍ଷିକ ମହୋତ୍ସବର ପ୍ରଥମ ପ୍ରସ୍ତୁତି ବୈଠକ ପୁରୀ ଗୋବର୍ଦ୍ଧନ ପୀଠରେ ଅନୁଷ୍ଠିତ ହୋଇଯାଇଅଛି। ମହୋଦଧି ଆରତୀ ସଞ୍ଚାଳନ ସମିତିର ଅଧ୍ୟକ୍ଷ ଇଂ ପ୍ରଶାନ୍ତ କୁମାର ଆଚାର୍ଯ୍ୟ ବୈଠକରେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଚଳିତ ବର୍ଷର ବ୍ୟାପକ ପ୍ରସ୍ତୁତି ସମ୍ବନ୍ଧରେ ସୂଚନା ଦେଇ ସଞ୍ଚାଳନ ସମିତି ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ପୂଜ୍ୟ ଗୁରୁଜୀଙ୍କୁ ଅବଗତ କରାଇଥିଲେ କି, ଚଳିତ ବର୍ଷ ମହାମହିମ ରାଷ୍ଟ୍ରପତି, କେନ୍ଦ୍ର ମନ୍ତ୍ରୀ, ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତା, ବିଭିନ୍ନ ସନାତନ ସମ୍ପ୍ରଦାୟର ସନ୍ଥ ମହନ୍ତ, ମହାମହିମ ରାଜ୍ୟପାଳ, ଗଜପତି ମହାରାଜା, ୩୦ ଟି ଦେଶର ୬୦୦ ବିଦେଶୀ ଭକ୍ତଙ୍କ ସମେତ ସମଗ୍ର ଦେଶରୁ ୧୦୦୦୦ ଭକ୍ତ ଏହି ମହୋତ୍ସବରେ ଯୋଗଦେବାର ଯୋଜନା କରାଯାଇ ଅଛି ।

ଏହି କାର୍ଯ୍ୟକ୍ରମ ଆୟୋଜନରେ ଓମ୍ ପରିବାର, ପୀଠ ପରିଷଦ, ଆଦିତ୍ଯ ବାହିନୀ ଓ ଆନନ୍ଦ ବାହିନୀର ପାଞ୍ଚ ହଜାର ସ୍ବେଛାସେବୀ ଯୋଗ ଦେବେ । ସ୍ଵର୍ଗଦ୍ବାର ଠାରୁ ଦୀଗବାରେଣୀ ଛକ ପର୍ଯ୍ୟନ୍ତ ଦୁଇ କିଲୋମିଟର ବିସ୍ତିର୍ଣ୍ଣ ବେଳାଭୂମିରେ ପବିତ୍ର ପୌଷ ପୂର୍ଣ୍ଣିମା ଅବସରରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଦ୍ବାରା ଏକାସଙ୍ଗେ ସମୂହ ସମୁଦ୍ର ଆରତୀର ମଧ୍ୟ ଆୟୋଜନ କରାଯିବ।

ପବିତ୍ର ସାଗର ଆରତୀର ପରିକଳ୍ପନା ସମ୍ପର୍କରେ ପୂଜ୍ୟ ଶଙ୍କରାଚାର୍ଯ୍ୟ ମହରାଜ କହିଲେ ପୁରୀ ସମଗ୍ର ବିସ୍ଵର ଆଧ୍ୟାତ୍ମିକ ରାଜଧାନୀ ଭାବରେ କ୍ଷାପିତ ହେଉ, ତୀର୍ଥସ୍ଥଳୀ ବିକାଶ ନାମରେ ଭୋଗସ୍ଥଳୀ ନ ହେଉ । ଆଧ୍ୟାତ୍ମିକ ଓ ପର୍ଯ୍ୟାବରଣ ଦୃଷ୍ଟିରୁ ଅଶ୍ଳିଳ ମନୋରଞ୍ଜନର କେନ୍ଦ୍ର ନ ହେଉ ଏହି ଦୃଷ୍ଟିରେ ଶ୍ରୀମହୋଦଧି ଭଗବାନଙ୍କ ନିତ୍ୟ ସଂଧ୍ୟା ଆରତୀ ବିଗତ ୧୭ ବର୍ଷ ଧରି ହୋଇ ଆସୁଅଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ସ୍ଥାନୀୟ ଗଣମାଧ୍ୟମ, ମହାମହିମ ରାଜ୍ୟପାଳ ଓ ଗଜପତି ମହାରାଜା ଅତ୍ୟନ୍ତ ଆସ୍ଥା ପୂର୍ବକ ସମସ୍ତ ସହଯୋଗ କରିଆସୁଛନ୍ତି । ଏ କାର୍ଯ୍ୟକ୍ରମ ଆପଣ ମାନଙ୍କର । ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କର କଲ୍ୟାଣ କରନ୍ତୁ କହି ଆଶୀର୍ବାଦ ପ୍ରଦାନ କରିଥିଲେ ।

ତେବେ ଏହି ପ୍ରସ୍ତୁତି ବୈଠକରେ ପଣ୍ଡିତ ମାତୃପ୍ରସାଦ ମିଶ୍ର, ପ୍ରଭୁ ମହାନ୍ତି, ଅରୁଣ ମହାନ୍ତି, ସୂଭେନ୍ଦୁ ସ୍ବାଇଁ, ମହେଶ ସାହୁ, ବିଚିତ୍ରାନନ୍ଦ ମହାନ୍ତି, ତନ୍ମୟ ଚାଟାର୍ଜୀ, ଚିନ୍ମୟୀ ଦେଓ, ସୁରେଶ ସିଂ, ହୃଷିକେଶ ବ୍ରହ୍ମଚାରୀ, ଭଗବାନ ପଣ୍ଡା ଆଦି ଉପସ୍ଥିତ ରହି ସହଯୋଗ କରିଥିଲେ ।