ଗଣ୍ଡଗୋଳରେ ୧୮ ଗିରଫ

0

ହିଞ୍ଜିଳି (ରିପୋର୍ଟର୍ସ ଟୁଡେ): ଗଞ୍ଜାମ ପୋଲସରା ଥାନା ଚିରିକିପଡା ଶାସନ ଗାଁର ହରିଜନ ସାହିରେ ଗଣ୍ଡଗୋଳ ଘଟଣାରେ ପୋଲିସ ୧୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗତ ତିନି ଦିନ ତଳେ ଗୁଣି ସନ୍ଦେହରେ ଦୁଇଜଣଙ୍କୁ ସଂଘବଦ୍ଧ ଭାବେ କିଛି ଲୋକ ଆକ୍ରମଣ କରିଥିଲେ । ଆହତଙ୍କ ଅଭିଯୋଗ ଅନୁସାରେ ପୋଲିସ ପ୍ରଥମ ପର୍ୟ୍ୟାୟରେ ୧୮ ଜଣଙ୍କୁ ଗିରଫ କରିଥିବା ବେଳେ ଅନେକ ଅଭିଯୁକ୍ତ ଏବେ ପର୍ଯ୍ୟନ୍ତ ଫେରାର ରହିଛନ୍ତି । ତେବେ ସେମାନଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଛି ।