୧୮ କେଜି ୪୬୦ ଗ୍ରାମ ଗଞ୍ଜେଇ ଜବତ, ୬ କୋର୍ଟ ଚାଲାଣ

0

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜ଼ିଲ୍ଲା ସଦର ମହକୁମା ତେଲ ବ୍ରିଜ ନିକଟରେ ସୋମବାର ଅପରାହ୍ନରେ ପୋଲିସ ପକ୍ଷରୁ ୧୮ କେଜି ୪୬୦ ଗ୍ରାମ ଗଞ୍ଜେଇ, ୪୫୫୦ ଟଙ୍କା, ଓ ଗୋଟାଏ ଟାଟା ଏସି ଓ ଗୋଟାଏ ନମ୍ବର ବିହୀନ ହୁଣ୍ଡାଇ ଗାଡି ଜବତ କରିଛି। ଏଥି ସହ ଓଡିଶା ସମେତ ଆନ୍ତଃ ରାଜ୍ୟର ୬ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ଭାରପ୍ରାପ୍ତ ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ମେହେର ସୂଚନା ଦେଇଛନ୍ତି। ପୋଲିସ ଏସଆଇ ସୌମ୍ୟ ରଞ୍ଜନ ସାହୁଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରି ବିହାର ଅଞ୍ଚଳର ଅମା ନୁଲିଆ ସିଦ୍ଧିକ୍ଵି ଓ ଦିନେଶ କେଲୁରୀ, ୟୁପିର ସୂର୍ୟ୍ୟ ପ୍ରତାପ ସିଂ, ବିଶ୍ୱଜିତ କୁମାର, ଓ ସୁମିତ ପୋଦାର ସମ୍ବଲପୁର କ୍ଷେତରାଜପୁର ଅଞ୍ଚଳର ଓ ବାସୁଦେବ ସାହୁ ବାରଗଡ଼ ଅଞ୍ଚଳର ୬ ଜଣ ଅଭିଯୁକ୍ତଙ୍କୁ କେଶ ନମ୍ବର us 20 (b )( ii ) (B) 25/29 ଗିରଫ କରି କୋର୍ଟ ଚାଲାଣ କରି ଥିବା ଜଣା ପଡିଛି।