ମେକ୍ସିକୋ: ହୃଦୟ ବିଦାରକ ଆଖିବୁଜା ଗୁଳିମାଡ଼ ହୋଇଛି ମେକ୍ସିକୋରେ । ବୁଧବାର ଦିନ ଘଟିଛି ଏହି ଘଟଣାଟି । ମେକ୍ସିକୋରେ ଥିବା ସାନ୍ ମେଗୁଲ ସ୍ଥିତ ସିଟି ହଲରେ ଗୁଳିର ବର୍ଷା ହୋଇଥିଲା । ଏଥିରେ ମେୟର ସମେତ ୧୮ଜଣଙ୍କର ମୃତ୍ୟୁ ହୋଇଛି । ଗୁଳିମାଡ ପରେ ପୋଲିସ ଘଟଣାସ୍ଥଳରେ ପହଁଚିଥିଲା । ତେବେ ସେଠାରେ ସେ ତଦନ୍ତ ଆରମ୍ଭ କରିଛି ।
ପତ୍ୟେକ୍ଷଦର୍ଶୀ ସୂଚନା ଦେଇଛନ୍ତି, ହଠାତ ବୁଧବାର ଅପରାହ୍ନରେ ଜଣେ ବନ୍ଧୁକଧାରୀ ଗୁରେରା ରାଜ୍ୟର ସେନ ମିଗୁଏଲ ଲୋଲୋଲାପନ୍ ସିଟି ହଲରେ ପହଁଚି ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ସେହି ସମୟରେ ୧୦ଜଣଙ୍କର ମୃତ୍ୟୁ ଘଟିଥିଲା । ବାକି ୮ଜଣଙ୍କୁ ଗୁଳି ଆହାତ ପାଇଁ ହସପିଟାଲ ନିଆ ଯାଇଥିଲା । ହେଲେ ସେମାନେ ମଧ୍ୟ ସେଠାରେ ପ୍ରାଣ ହରାଇଥିଲେ । ହତ୍ୟା ହୋଇଥିବା ଲୋକମାନଙ୍କ ମଧ୍ୟରେ ଅଛନ୍ତି, ମେୟର କାନରାଡୋ ମେଣ୍ଡୋଜା , ତାଙ୍କ ବାପା ତଥା ପୂର୍ବତନ ମେୟର ଜୁଆନ ମଣ୍ଡୋଜା ଏବଂ କିଛି ପୋଲିସ କର୍ମଚାରୀ ।
ତେବେ ଗୁଳିମାଡ ସଂପର୍କିତ ଦୁଇଟି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଥମ ଫଟୋଟିରେ କାନ୍ଥରେ ସବୁ ବୁଲେଟ ଦାଗ ନଜର ଆସିଥିବା ବେଳେ ଅନ୍ୟ ଫଟୋରେ ଅଭିଯୁକ୍ତଙ୍କ ଫଟୋ ଦେଖିବାକୁ ମିଳୁଛି । ପୋଲିସ ଅଭିଯୁକ୍ତକାରୀକୁ ଗିରଫ କରି ପଚରାଉଚରା କରୁଛି । ତେବେ ବର୍ତ୍ତମାନ ଯାଏଁ ଜଣା ପଡିନାହିଁ, ଗୁଳିକାରୀ ଅଭିଯୁକ୍ତ କଣ ପାଇଁ ଗୁଳିବର୍ଷା କରୁଥିଲେ ଏବଂ ତାଙ୍କୁ କିଏ ସୁପାରିଶ କରିଥିଲା ଗୁଳି ମାଡ଼ ପାଇଁ ।
ଏହି ଘଟଣା କେବଳ ମେକ୍ସିକୋ ନୁହେଁ ଆମେରିକା , କାନାଡ଼ାରେ ମଧ୍ୟ ଘଟିସାରିଛି ଏପରି ଆଖିବୁଜା ଗୁଳିମାଡ଼ । ଏହାର କାରଣ କଣ? ଶତ୍ରୁତା ପଛରେ କଣ କାରଣ ରହୁଛି, ହେଲେ ଏଥିରେ ନିରିହ ଲୋକମାନଙ୍କର ଜୀବନ ଚାଲିଯାଉଛି ।