ଚୌକା ଠାରେ ବିଶ୍ୱ ଜଳାତଙ୍କ ଦିବସ ପାଳିତ

0

(ଓମ ପ୍ରକାଶ ମିଶ୍ର / ସୋନପୁର) ; ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚୌକା ଗାଁ କଲ୍ୟାଣ ସମିତି ତରଫରୁ ବିଶ୍ବ ଜଳାତଙ୍କ ଦିବସ ପାଳନ କରାଯାଇଛି । ସଭାପତି ଅଞ୍ଜଳି ନାଏକଙ୍କ ଅଧ୍ୟକ୍ଷ୍ୟତରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ମହିଳା ସ୍ବାସ୍ଥ୍ୟ କର୍ମୀ ସୁର ଶୈବାଲିନି ହୋତା, ସରୋଜ କୁମାର ସାହୁ, ଅବାହିକା ଶର୍ମିଷ୍ଠା ପାଣିଗ୍ରାହୀ ଓ ଅଙ୍ଗନବାଡି କର୍ମୀ ବୁନ୍ଦୁରି ବୁଡ଼େକ ପ୍ରମୁଖ ଉପସ୍ଥିତ ରହି ଜଳାତଙ୍କର ପ୍ରାଥମିକ ଲକ୍ଷଣ, ପ୍ରତିରୋଧର ଉପାୟ ତଥା କଣ କଣ କରିବେ ନାହିଁ ସେ ଉପରେ ବିଭିନ୍ନ ପରାମର୍ଶ ପ୍ରଦାନ କରିଥିଲେ।