୫୦୦ କୋଟି କ୍ଳବରେ ସୁପରଷ୍ଟାର ଫିଲ୍ମ୨.୦

0

(ରିପୋର୍ଟସ ଟୁଡ଼େ)ସାଉଥ ସୁପରଷ୍ଟାର ରଜନୀକାନ୍ତ ଓ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ବହୁପତୀକ୍ଷିତ ଫିଲ୍ମ ୨.୦ ବକ୍ସ ଅଫିସ୍ରେ ଧମାକା କରିଛି। ରିଲିଜ୍ ହେବାର ପ୍ରଥମ ସପ୍ତାହରେ ୫୦୦ କୋଟି ଆୟକରି ଫିଲ୍ମ ବାହୁବଳୀକୁ ମଧ୍ୟ ଟପିଯାଇଛି। ଗତ ୨୯ରେ ବିଶ୍ୱର ପ୍ରାୟ ୧୦ ହଜାରୁ ଅଧିକ ସିନେମା ହଲରେ ଫିଲ୍ମଟି ରିଲିଜ୍ ହୋଇଛି। ପାଖାପାଖି ୬୦୦ କୋଟି ଟଙ୍କାରେ ନିର୍ମିତ ଏହି ବହୁପ୍ରତୀକ୍ଷିତ ଫିଲ୍ମଟି ପ୍ରି ରିଲିଜ ବିଜନେସରେ ୧୦୦କୋଟିରୁ ଉର୍ଦ୍ଧ୍ୱ ଟଙ୍କା କମାଇସାରିଥିଲା। ୨୦୧୦ରେ ରିଲିଜ ହୋଇଥିବା ଫିଲ୍ମ ରୋବର୍ଟର ଏହା ଦ୍ୱିତୀୟ ପାର୍ଟ। ଫିଲ୍ମରେ ସାଉଥ ସୁପରଷ୍ଟାର୍ ରଜନୀକାନ୍ତ ଲିଡ ରୋଲରେ ଅଛନ୍ତି।ଫିଲ୍ମରେ ଅକ୍ଷୟ କୁମାରଙ୍କ ଖଳନାୟକ ଭୂମିକାକୁ ଦେଖିବାକୁ ମିଳଛି। ଅକ୍ଷୟ ଓ ରଜନୀକାନ୍ତଙ୍କ ବ୍ୟତୀତ ଫିଲ୍ମରେ ଆମି ଜାକ୍ସନ ନଜର ଆସୁଛନ୍ତି। ଶଙ୍କରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଜରିଆରେ ଅକ୍ଷୟ କୁମାର ସାଉଥ ଇଣ୍ଡଷ୍ଟ୍ରିରେ ପାଦ ଥାପିଛନ୍ତି।