ଆଜିଠାରୁ ଯୁକ୍ତ ଦୁଇ ଆଡମିଶନ ପାଇଁ ଆବେଦନ ଆରମ୍ଭ

0

(ରିପୋର୍ଟରସ ଟୁଡେ,ଭୁବନେଶ୍ୱର): ଆଜିଠାରୁ ଯୁକ୍ତ ଦୁଇ ଆଡମିଶନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ତେବେ କଲେଜରେ ନାମ ଲେଖା ଲାଗି ୨୧ ତାରିଖ ତଥା ଆଜିଠାରୁ ପୁର୍ବାହ୍ନ ୧୧ ଟାରୁ ପ୍ରକ୍ରିୟା ଆରମ୍ଭ ହେବ । ଏହି ପ୍ରକ୍ରିୟା ସେପ୍ଟେମ୍ବର ୪ ତାରିଖ ରାତି ୧୧ ଟା ଯାଏଁ ଚାଲିବ । ଛାତ୍ରଛାତ୍ରୀ ମାନେ www.samasodisha.gov.in ମାଧ୍ୟମରେ କମନ୍ ଆପ୍ଲିକେସନ ଫର୍ମ ଦ୍ୱାରା ଆବେଦନ କରିପାରିବେ । ତେବେ ସେପ୍ଟେମ୍ବର ୯ ତାରିଖ ପୁର୍ବାହ୍ନ ୧୧ ଟାରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ସେହିପରି ସେପ୍ଟେମ୍ବର ୧୧ ରୁ ୧୮ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନଙ୍କର ନାମଲେଖା ହେବ । ସେପ୍ଟେମ୍ବର ୨୩ ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ଏବଂ ସେମାନଙ୍କର ୨୪ରୁ ୨୮ ତାରିଖ ମଧ୍ୟରେ ନାମ ଲେଖା ହେବ । ଅକ୍ଟୋବର ୧ ତାରିଖରେ ସ୍ପଟ୍ ସିଲେକ୍ସନ ତାଲିକା ବାହାରିବ । ସ୍ପଟ୍ ସିଲେକ୍ସନ ପାଇଁ ସମ୍ପୃକ୍ତ କଲେଜରେ ନାମଲେଖା ଲାଗି ୧ ରୁ୩ ମଧ୍ୟରେ ନାମ ପଞ୍ଜୀକରଣ କରାଯିବ ଏବଂ ୩ ତାରିଖରେ ସ୍ପଟ୍ ସିଲେକ୍ସନ ନାମଲେଖା ପାଇଁ ଚୁଡାନ୍ତ ତାଲିକା ପ୍ରକାଶ ପାଈବ । ତାଲିକା ପ୍ରକାଶ ପରେ ସ୍ପଟ୍ ପିଲାମାନଙ୍କର ଅକ୍ଟୋବର ୫ ରେ ଆଡମିଶନ ହେବ ।