ପୋଲିସର ଚଢ଼ାଉ, ଦେଶୀ ବନ୍ଧୁକ ସହ 2 ଗିରଫ

0

ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ସୁଦର୍ଶନପୁର ଗ୍ରାମରେ ଝାଡଖଣ୍ଡ ପୋଲିସର ରାତି ଅଧିଆ ଚଢ଼ାଉ । ଦେଶୀ ବନ୍ଧୁକ ସହ ଦୁଇ ଡକାୟତ ଗିରଫ କରିଛି ପୋଲିସ ।  ଝାଡଖଣ୍ଡ ଡୁମୁରିଆ ଓ ଘୋଡ଼ାବନ୍ଧା ଥାନା ଅଞ୍ଚଳର ଡକାୟତ ଘଟଣାରେ ସମ୍ପୃକ୍ତ ଦୁଇଜଣ ଫେରାର ଅଭିଯୁକ୍ତ ସୁଦର୍ଶନପୁର ଗ୍ରାମରେ ଥିବା ସମ୍ପର୍କୀୟ ଘରେ ଆତ୍ମଗୋପନ କରିଥିଲେ । ଖବର ପାଇ ଝାଢଖଣ୍ଡ ପୋଲିସ ସ୍ଥାନୀୟ ପୋଲିସର ସହାୟତାରେ ବିଳମ୍ବିତ ରାତ୍ରିରେ ଚଢ଼ାଉ କରି ଦୁଇଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଏହାସହ ସେମାନଙ୍କ ନିକଟରୁ ଗୋଟେ ଦେଶୀ ବନ୍ଧୁକ ଜବତ କରିଛି । ଏଇ ଚଢ଼ାଉରେ ଝାଡଖଣ୍ଡର ଡୁମୁରିଆ ଓ ଘୋଡାବନ୍ଧା ପୋଲିସ ଦଳ ସହିତ ଗୋରୁମହିଷାଣି ପୋଲିସ ମଧ୍ୟ ସାମିଲ ଥିଲା । ତେବେ ଏଇ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।