ବାଇକ ଦୁର୍ଘଟଣାରେ ୨ ମୃତ

ବଲାଙ୍ଗିର/ ଜଗନ୍ନାଥ ଧରୁଆ : ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ କରେଲଧୁଆ ଓଭରବ୍ରିଜ ଠାରେ ବାଇକ୍ ଦୁର୍ଘଟଣା ରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ସୂଚନା ଅନୁସାରେ କନ୍ଧକେଲଗାଁ ପଞ୍ଚାୟତର ସର୍ଗିପାଲି ଗାଁ ର ଶରତ ସାହୁ ଓ ବଣ୍ଟି ପ୍ରଧାନ କୌଣସି କାମ ରେ ସଇଁନ୍ତଲା ଆସିଥିଲେ । ସଇଁନ୍ତଲା ରୁ ବାଇକ ଯୋଗେ ଘରକୁ ଫେରିବା ବେଳେ ଜାତୀୟ ରାଜପଥ ୨୬ ଅଧିନସ୍ତ କରେଲଧୁଆ ଓଭର ବ୍ରିଜ ନିକଟରେ ଦୃତଗତି ରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ବ୍ରିଜ ତଲକୁ ଖସି ପଡିଥିଲେ । ଯାହା ଫଳରେ ଦୁଇ ଯୁବକ ଗୁରୁତର ଅବସ୍ଥାରେ ପଡି ରହିଥିବା ବେଳେ ପାଖରେ ଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ତେବେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ସଇଁତଲା ଅଗ୍ନିଶମ ବିଭାଗ କୁ ଖବର ଦେବା ପରେ ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ଦୁଇ ବ୍ୟକ୍ତି ଙ୍କୁ ସଇଁନ୍ତଲା ଡାକ୍ତରଖାନା ରେ ମଧ୍ୟ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇଁ ସଇଁନ୍ତଲା ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି ।