କାବୁଲ ବିମାନବନ୍ଦରରେ ବିସ୍ଫୋରଣ, ୨ ମୃତ

0

କାବୁଲ: ଆଫଗାନିସ୍ତାନର କାବୁଲ ବିମାନବନ୍ଦର ବାହାରେ ବିସ୍ଫୋରଣ । ଏହି ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା ବିଦେଶ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି । ଏକ ଇଟାଲୀୟ ବିମାନକୁ ଟାର୍ଗେଟ କରି ଗୁଳି ମାଡ ମଧ୍ୟ କରାଯାଇଥିଲ।। । ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି । ପେଣ୍ଟାଗନ ପକ୍ଷରୁ କୁହାଯାଇଛି ବିମାନ ବନ୍ଦର ଭିତର ଗେଟ ନିକଟରେ ବିମାନ ଟେକଅଫ ନେବା ବେଳେ ବିସ୍ଫୋରଣ ହୋଇଥିଲା । ଏହା ପରେ ଗୁଳିମାଡ ମଧ୍ୟ ହୋଇଥିଲା ।
ତେବେ ପୂର୍ବରୁ ଏହି ଆକ୍ରମଣ ନେଇ ଆମେରିକା ପକ୍ଷରୁ ସୂଚନା ଦିଆଯାଇଥିଲା ତଥା ଆମେରିକୀୟଙ୍କୁ ବିମାନ ବନ୍ଦର ଭିତରକୁ ନ ଯିବାକୁ ସତର୍କ କରାଯାଇଥିଲା । ଆତ୍ମଘାତୀ ବୋମା ଦ୍ୱାରା ବିସ୍ଫୋରଣ ହୋଇଥିବା ଜଣାପଡିଛି ।