ଫାଇନାଲ ମ୍ୟାଚରେ ଦୁଇ ଦଳ ହେଲେ ମୁହାଁମୁହିଁ

0

(ଜୟନ୍ତ କୁମାର ସେଠୀ / ଗୋପ) ; ଗତ ମାର୍ଚ୍ଚ ମାସ ୨୪ ତାରିଖ ଠାରୁ କାକଟପୁର, ଅସ୍ତରଙ୍ଗ, ଗୋପ ଓ କୋଣାର୍କ ର ବିଭିନ୍ନ ପଞ୍ଚାୟତ ଓ ୱାର୍ଡ ରୁ ପିଲାଙ୍କୁ ନେଇ ଆୟୋଜିତ ହୋଇଆସୁଥିଲା କ୍ରିକେଟ୍ ମ୍ୟାଚ୍। ଯାହା ର ଆଜି ଥିଲା ଫାଇନାଲ ମ୍ୟାଚ। ଫାଇନାଲ ମ୍ୟାଚ ରେ କାକଟପୁର ବ୍ଲକ ର ଦୁଇ ପଞ୍ଚାୟତ ବାଙ୍ଗୁରୀଙ୍ଗା କୁ ଭେଟିଥିଲା ଅବଦାନ ପଞ୍ଚାୟତ। ଖେଳ ସରିଲା ପରେ ଆରମ୍ଭ ହେଲା ମହାଭାରତ। କରୋନା କଟକଣା ଭୁଲି ଦୁଇ ଦଳ ମଧ୍ୟରେ ସାମାନ୍ୟ କଥା କଟା କଟି କୁ ନେଇ ମାରପିଟ୍ ଯାଏଁ କଥା ଯାଇଥିଲା। ଫଳରେ ସାମାଜିକ ଦୂରତା ଭୁଲି ସମସ୍ତେ ଏକାଠି ହୋଇ ଚ୍ୟାଲେଞ୍ଜ କରିଥିଲେ କରୋନା କୁ। କିନ୍ତୁ ସବୁ ଜାଣି ବି ଚୁପ୍ ବସିଛନ୍ତି ଥାନା ଅଧିକାରୀ। ଏପଟେ ପୁରୀ ଜିଲ୍ଲା ରେ କରୋନା ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁରୀ ଝଚ ତପ୍ତରତା ଥିବା ବେଳେ ଏଠାରେ ପ୍ରିମିୟମ ଲିଗ୍ ନାଁ ରେ କରୋନା କଟକଣା ଭୁଲି ସାମାଜିକ ଦୂରତା ରକ୍ଷା ନକରି ସୃଷ୍ଟି କରିଥିବା ଅବ୍ୟବସ୍ଥା ରେ ପୁରୀ ଝଚ କଣ ପଦକ୍ଷେପ ନେବେ ତାହା ସମୟ କହିବ।