ପୁଲିସ ଗୁଳିରେ ୨ ନକ୍ସଲ ନିହତ

0

ଗଡଚିରୋଲି: ମହାରାଷ୍ଟ୍ରର ଗଡଚିରୋଲିଠାରେ ରାଜ୍ୟ ପୁଲିସର ସି-୬୦ ୟୁନିଟ ଓ ନକ୍ସଲଙ୍କ ମଧ୍ୟରେ ଗୁରୁବାର ମୁହଁମୁହିଁ ସ୍ଥିତି ଉପୁଜିଥିଲା । ଏଥିରେ ପୁଲିସ ଗୁଳିରେ ୨ ନକ୍ସଲଙ୍କ ମୃତ୍ୟୁ ହୋଇଛି । ଗଡଚିରୋଲି ପୁଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କ ଅନୁଯାୟୀ, ଏହି ଏନକାଉଣ୍ଟର ଗଡଚିରୋଲିର ଧାନୋରା ତହସିଲ ଅଧୀନ ଜଙ୍ଗଲରେ ଘଟିଥିଲା । ଏଥିରେ ଦୁଇ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି । ଏହି ଏନକାଉଣ୍ଟର ପରେ ପୁଲିସ ଘଟଣାସ୍ଥଳରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି ।
ସୂଚନାଯୋଗ୍ୟ ସମାନ ସ୍ଥିତି ଏପ୍ରିଲ ୨୮ ତାରିଖରେ ଘଟିଥିଲା । ସେତେବେଳେ ମଧ୍ୟ ପୁଲିସ ଗୁଳିରେ ୨ ନକ୍ସଲଙ୍କ ମୃତ୍ୟୁ ହୋଇଥିଲା ।