ତାଲିବାନ ଆକ୍ରମଣରେ ୨୦ ଆଫଗାନ ସୁରକ୍ଷା କର୍ମୀଙ୍କ ମୃତ୍ୟୁ

0

କାବୁଲ: ଆଫଗାନିସ୍ତାର ଘୋର କ୍ଷେତ୍ରରେ ଥିବା ଟୋଲାକ ଜିଲ୍ଲ।।ରେ ତାଲିବାନ ସହ ସଂଘର୍ଷରେ ୨୦ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ହୋଇଥିବା ଶନିବାର ସୂଚନା ମିଳିଛି । ତୋଲାକ ଗଭର୍ନର ସଲମାନ ୟୁସୁଫି କହିଛନ୍ତି, ଜିଲ୍ଲାରେ ତାଲିବାନ ସହ ସଂଘର୍ଷରେ ୨୦ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨୦ ଜଣ ଗୁରୁତ ଆହତ ହୋଇଛନ୍ତି ।
ୟୁସୁଫି ଆହୁରି କହିଛନ୍ତି, ୧୦ ଜଣ ସୁରକ୍ଷା କର୍ମୀ ତାଲିବାନ କବଜାରେ ଅଛନ୍ତି ଓ ସୁରକ୍ଷା ଉପକରଣ ଅଭାବରୁ ଏପରି ଘଟିଥିବା ନେଇ ସେ ସମାଲୋଚନା କରିଛନ୍ତି । ଏହି ଘଟଣା ଆଫଗାନ ସେନା ମନ୍ତ୍ରଣାଳୟର ଘୋଷଣା ପରେ ସଂଗଠିତ ହୋଇଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା କି, ଜିଲ୍ଲାରେ ଥିବା ସୁରକ୍ଷା ବଳକୁ ସୀମିତ ରକ୍ଷା ଉପକରଣ ଯୋଗ।।ଇ ଦିଆଯିବାରୁ ବାଲଖର ଉତ୍ତରାଞ୍ଚଳରେ ଥିବା ଜେରା ଜିଲ୍ଲାରେ ଥିବା ନାଗରିକ ଓ ସେନା ଛାଉଣିକୁ ଶନିବାର ଦିନ ଅନ୍ୟତ୍ର ଉଠାଇନିଆଯିବ ।
ସ୍ଥାନୀୟ ତୋଲୋ ନ୍ୟୁଜ ଅନୁଯାୟୀ, ଜେରା ଜିଲ୍ଲାକୁ ଶନିବାର ଦିନ ତାଲିବାନ କବଜା କରି ନେଇଥିବା ଦାବି କରିଛି । ବିଗତ ୨ ମାସ ମଧ୍ୟରେ ଆଫଗାନିସ୍ତାନର ୧୭ଟି ଜିଲ୍ଲା ଆତଙ୍କୀଙ୍କ କବଜାକୁ ଚାଲିଯାଇଛି । ସୂତ୍ର ଓ ଅଧିକାରୀଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି କି ବାଘଲାନର ବୁର୍କା ଜିଲ୍ଲା, ଫର୍ୟାବର କୁଇସାର ଜିଲ୍ଲା ଓ ଘୋରର ସହରାକ ଜିଲ୍ଲା ତାଲିବାନ କବଜା ଚାଲିଯାଇଛି । ଅନ୍ୟପଟେ ତାଲିବାନ ଦାବି କରିଛି, ସେମାନେ ଲୋଗାରର ଚାର୍ଖ ଜିଲ୍ଲା ଡୋ ଆବ, ନୁରିସ୍ତାନର ମଣ୍ଡୋଲ ଜିଲ୍ଲା, ହେରାତର ଫାର୍ଷି, ଗଚନୀର ଡେହ ୟାକ, ଦୈକୁଣ୍ଡିର ଗେଜାବ ଓ ଜାବୁଲର ଶିଙ୍କାଇ ଜିଲ୍ଲା ସେମାନଙ୍କ କବଜାରେ ରହିଛି ।