ନୂଆଦିଲ୍ଲୀ: ଦେଶରେ ଏବେ ଡ୍ରଗ୍ସ ମାମଲା ବଢିବାରେ ଲାଗିବା ସହ ଡ୍ରଗ୍ସ ବ୍ୟବସାୟୀଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି । ଅଧିକ ଅର୍ଥ ରୋଜଗାର ଆଶାରେ ବିଭିନ୍ନ ବେଆଇନ କାର୍ଯ୍ୟରେ ସଂପୃକ୍ତ ରହୁଛନ୍ତି । ହେଲେ ପୋଲିସ ଆଖିରେ କେହି ଧୋକା ଦେଇପାରିବେ ନାହିଁ । ତେବେ ଇରାକର ଏକ ନୌକାରୁ ୨୦୦ କେଜି ହେରୋଇନ ଜବତ କରାଯାଇଛି । ଭାରତୀୟ ନୌସେନା ସହାୟତରେ କୋଚି ଉପକୂଳରେ ପର୍ଦ୍ଦାଫାର୍ଶ ଘଟିଛି ଏହି କଳାକାରନାମାର । କହିବାକୁ ଗଲେ ଏହା ଏକ ମିଳିତ ଅଭିଜାନ ଅଟେ । ଏନସିବି ରିପୋର୍ଟ ଅନୁସାରେ ଇରାକ ନୌକାରେ ଥିବା ୬ ଜଣ ସଦସ୍ୟଙ୍କୁ ହେପାଜତରେ ନିଆଯାଇଛି ।
ଏହାକୁ ବାଦ ଦିଆଗଲେ, ମୁମ୍ବାଇ ଅନ୍ତରାଷ୍ଟ୍ରୀୟ ବିମାନରୁ ମଧ୍ୟ୧୬ କେଜି ହେରୋଇନ ଜବତ ହୋଇଛି । ଯାହାର ମୂଲ୍ୟ ୮୦ କୋଟିରୁ ଅଧିକ ହେବ । ଏହାକୁ ଜବତ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ । ଡିଆରଆଇ ମୁମ୍ବାଇ ଅନୁସାରେ ଡ୍ରଗ୍ସ ଚାଲାଣ ପାଇଁ ଟ୍ରଲି ବ୍ୟାଗକୁ ବ୍ୟବହାରରେ କରାଯାଇଥିଲା । ତେବେ ସେଠାରେ ଅଭିଯୁକ୍ତକୁ ଗିରଫ କରାଯାଇ ମାମଲାର ତଦନ୍ତ ଜାରିରଖାଯାଇଛି ।