କରୋନା ଚିକିତ୍ସା ପାଇଁ ୨୦୦ରୁ ଅଧିକ ଡ୍ରଗ୍ସ କମ୍ପାଉଣ୍ଡକୁ ଟେଷ୍ଟ କରାଯାଇଥିଲା
କୋଭିଡ୍-୧୯ ସଂକ୍ରମଣର ରୋଗ ମାନବ ସଭ୍ୟତା ଇତିହାସରେ ସମ୍ଭବତଃ ପ୍ରଥମ ମହାମାରୀ ହୋଇ ଯାଇଛି, ଯାହାର ଚିକିତ୍ସା ପାଇଁ ୨୦୦ରୁ ଅଧିକ ଡ୍ରଗ୍ସ କମ୍ପାଉଣ୍ଡକୁ ଟେଷ୍ଟ କରାଯାଇଛି। ଏହାସହ ପାଖାପାଖି ୭୦ଟି ଥେରେପ୍ୟୁଟିକ୍ ଏଞ୍ଜେଟ୍ସର କ୍ଲିନିକାଲ ଟ୍ରାଏଲ୍ ମଧ୍ୟ କରାଯାଇଛି।
(ଦିଲ୍ଲୀ) : କୋଭିଡ୍-୧୯ ସଂକ୍ରମଣର ରୋଗ ମାନବ ସଭ୍ୟତା ଇତିହାସରେ ସମ୍ଭବତଃ ପ୍ରଥମ ମହାମାରୀ ହୋଇ ଯାଇଛି, ଯାହାର ଚିକିତ୍ସା ପାଇଁ ୨୦୦ରୁ ଅଧିକ ଡ୍ରଗ୍ସ କମ୍ପାଉଣ୍ଡକୁ ଟେଷ୍ଟ କରାଯାଇଛି। ଏହାସହ ପାଖାପାଖି ୭୦ଟି ଥେରେପ୍ୟୁଟିକ୍ ଏଞ୍ଜେଟ୍ସର କ୍ଲିନିକାଲ ଟ୍ରାଏଲ୍ ମଧ୍ୟ କରାଯାଇଛି। ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସ୍ୟୁଟୁକଲ ଏଜୁକେସନ ଏଣ୍ଡ ରିସର୍ଚ୍ଚ (NIPER) ର ବୈଜ୍ଞାନିକଙ୍କର ତତ୍ତ୍ୱାବଧାନରେ ହୋଇଥିବା ରିସର୍ଚ୍ଚରେ ଏହି କଥା ସାମନାକୁ ଆସିଛି ।
ରିସର୍ଚ୍ଚ ଅନୁସାରେ ଭାଇରସ୍ର ଚିକିତ୍ସା ପାଇଁ ଏବେ ସୁଦ୍ଧା ୨୬୫ଟି କ୍ଲିନିକଲ ଟ୍ରାଏଲ କରାଯାଇଛି। ଏଥିରେ ଭାଇରାଲ ଲୋଡ୍କୁ କମାଇବା ଓ ରୋଗ ଉପରେ ନିୟନ୍ତ୍ରଣରେ ୧୧୫ର ସିଧା ପ୍ରଭାବ ପଡ଼ିଥାଏ । ରୋଚକ କଥା ଏହା ଯେ, ଭାକ୍ସିନ୍କୁ ଛାଡ଼ି ଏବେସୁଦ୍ଧା ଯେତେ ସବୁ ଡ୍ରଗ୍ସର ଟେଷ୍ଟିଂ କରାଯାଇଛି, ତାହା ସବୁ ପୁରୁଣା ଔଷଧ । ଯାହାକୁ କି କୋଭିଡ୍ ଉଦ୍ଦେଶ୍ୟରେ ଦ୍ୱିତୀୟ ଥର ପ୍ରସ୍ତୁତ କରାଯାଉଛି । କରୋନା ସଂକ୍ରମଣର ଦ୍ରୁତ ହାର କାରଣରୁ ଚିକିତ୍ସା ସମ୍ୱନ୍ଧୀୟ ମ୍ୟାନେଜମେଣ୍ଟରେ ଚ୍ୟାଲେଞ୍ଜ୍ ଆସିଛି ।