ଧୁମଧାମରେ ପାଳନ ହେଲା ୨୦୨୩ ପୁଷପୁନି

0

କୋରାପୁଟ/ମନୋଜ ଦାସ : ଜୟପୁର ସହରରେ ପୁଷପୁନି ୨୦୨୩ ମେଳାର ଶୁଭାରମ୍ଭ ଦିବସ ବଡ଼ ଧୂମ୍ ଧାମ୍ ରେ ପାଳିତ ହୋଇଯାଇଛି । ଏହି ମେଳା ୬ ଜାନୁଆରୀ ଠାରୁ ଆରମ୍ଭ ହୋଇ ୧୬ ଜାନୁଆରୀ ପର୍ୟ୍ୟନ୍ତ ପ୍ରାୟ ଦଶ ଦିନ ଧରି ଲାଗି ରହିବ । ଆଜିର ପ୍ରାରମ୍ଭ ଦିବସରେ ଜୟପୁର ସହରରେ ଦେଖିବାକୁ ମିଳିଛି ନାନା ରଙ୍ଗ ଢଙ୍ଗର ଦୃଶ୍ୟ । କିଏ ରାମ ତ କିଏ ରାବଣ,କିଏ ମା ଲକ୍ଷ୍ମୀତ କିଏ ମାଦୁର୍ଗା, ଈଶ୍ୱର, ପାର୍ବତୀ, ପର୍ଶୁରାମ, ସାଇ ବାବା, କଂସ, ଏମିତି ବିଭିନ୍ନ ପ୍ରକାର ଭେଷ ଭୁଷାରେ ସଜ୍ଜିତ ହୋଇ ମେଳାରେ ନାଚି ଝୁଲି ଚାଲିବାର ଦୃଶ୍ୟ । ଏହି ମେଳାରେ ସ୍ଥାନୀୟ ବିଧାୟକ ତାରା ପ୍ରସାଦ ବାହିନୀପତି ରାଜା ହରିଶ୍ଚନ୍ଦ୍ରଙ୍କ ଭେଷ ପରିଧାନ କରି ଜୟପୁର କଳାକାରଙ୍କ ସହ ନାଚିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଆଜିର ଏହି ମେଳା ସ୍ଥାନୀୟ ଭଗବତୀ ମନ୍ଦିର ଠାରୁ ଆରମ୍ଭ ହୋଇ ଜୟପୁର ଦଶହରା ପଡିଆ ନିକଟକୁ ପଦ ଯାତ୍ରାରେ ପହଞ୍ଚିଥିଲେ । ପଡିଆ ନିକଟରେ ଅବିଭକ୍ତ କୋରାପୁଟ ଜିଲ୍ଲାର କଳାକାରମାନେ ଉପସ୍ଥିତ ରହି ପୁଷପୁନି ମେଳାର ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ଆୟୋଜିତ କରାଯାଇଥିଲା । କୋରାପୁଟ ଜିଲ୍ଲାର ଲୋପ ପାଉଥିବା କଳା ସଂସ୍କୃତିକୁ ବଜାୟ ରଖିବାକୁ ଆଜି ଜୟପୁର ସହର ର ପ୍ରାୟ ପାଞ୍ଚ ଶହରୁ ଉର୍ଦ୍ଧ କଳାକାର ବିଭିନ୍ନ ପ୍ରକାର ଭେଷରେ ସଜ୍ଜିତ ହୋଇ ନିଜ କଳାକୁ ପ୍ରଦର୍ଶନୀ କରିଥିଲେ । ଏହି ମେଳା ରେ ସର୍ବଦଳ ପରିଶେଷରେ ସମସ୍ତ ବର୍ଗ ର ଲୋକମାନଙ୍କ ଭାଇ ଭାତୃଭାବରେ କୋରାପୁଟବାସୀଙ୍କ ମନଭାବକୁ ସାରା ଓଡିଶା ବାସୀଙ୍କ ପ୍ରତି ଭାଇଚାରା ର ଏକ ସନ୍ଦେଶ ମଧ୍ୟ ଦେଇଛନ୍ତି ।