୧୬ ଆପେକ୍ସ ସୋସାଇଟି ନିର୍ବାଚନ ଦାୟିତ୍ୱ ରେ ୨୧ ନେତାଙ୍କୁ ଦାୟିତ୍ୱ

0

ଭୁବନେଶ୍ୱର: ସମବାୟ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରସ୍ତୁତି ଆରମ୍ଭ । ଦଳ ତରଫରୁ ୧୬ ଆପେକ୍ସ ସୋସାଇଟି ନିର୍ବାଚନ ଦାୟିତ୍ୱ ରେ ୨୧ ନେତାଙ୍କୁ ଦାୟିତ୍ୱ । ଫେବୃଆରୀ ୨୬ ରେ ନିର୍ଦ୍ଦେଶକ ୨୧ ପଦ ପାଇଁ ହେବ ନିର୍ବାଚନ । ପ୍ରାଥମିକ ଓ ସେଣ୍ଟ୍ରାଲ ସୋସାଇଟି ପ୍ରତିନିଧି ଦେବେ ଭୋଟ । ପାର୍ଥି ଚୟନ ପୂର୍ବରୁ ବିଧାୟକ,ବରିଷ୍ଠ ନେତା ଙ୍କ ସହ ଆଲୋଚନା କରିବେ । ସମବାୟ ବ୍ୟାଙ୍କ ପାଇଁ ଅତନୁ ସବ୍ୟସାଚୀ ନାୟକ ଓ ପ୍ରତାପ ଦେବ,ବୟନିକା ପାଇଁ ସ୍ନେହାଙ୍ଗିନୀ ଛୁରିଆ,ଦେବେଶ ଆଚାର୍ୟ୍ୟ,ଗିରିଶ ଦାସ ,ସେହିପରି ଏସଟିଏଣ୍ଡ ଏସି ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନ ପାଇଁ ସ୍ନେହାଙ୍ଗିନୀ ଛୁରିଆ, ଦେବେସ ଆଚାର୍ୟ୍ୟ, ସୁଶାନ୍ତ ସିଂ ଙ୍କୁ ଦାୟିତ୍ୱ । ଓଡ଼ିଶା ଗୃହ ସମବାୟ ନିଗମ ପାଇଁ ପ୍ରତାପ ଦେବ, ପିସଫେଡ଼ ନିର୍ବାଚନ ଦାୟିତ୍ୱ ରେ ସାଂସଦ ମାନସ ମଙ୍ଗରାଜ । ସେହିପରି ଓଡ଼ିଶା ମହିଳା ବିକାଶ ସମବାୟ ନିର୍ବାଚନ ପାଇଁ ଶ୍ରୀମୟୀ ମିଶ୍ର, ଓଟିଡିସି ପାଇଁ ଈଶ୍ୱର ପାଣିଗ୍ରାହୀ,ଓପଲଫେଡ଼ ପାଇଁ ବୀରେନ୍ଦ୍ର ପ୍ରତାପ ସ୍ୱାଇଁ,ଓମଫେଡ ପାଇଁ ଗିରିଶ ଦାସ,ମାର୍କଫେଡ଼ ପାଇଁ ଦେବିରଞ୍ଜନ ତ୍ରିପାଠୀ ଓ ବିଜୟ ନାୟକ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ଓସିଏଫ ପାଇଁ ସମୀର ଦାସ, ଅନନ୍ତ ନାରାୟଣ ଜେନା,ସେରିଫେଡ଼ ପାଇଁ ଜନ୍ମଜେୟ ଲେଙ୍କା,ସୁବ୍ରତ ଛାଟୋଇ,ଆଶିଷ ଚକ୍ରବତୀ,ଉତ୍କଳିକା ପାଇଁ ସଂଗ୍ରାମ ପାଇକରାୟ,ତାଳଗୁଡ଼ ପାଇଁ ପ୍ରଶାନ୍ତ ମୁଦଲି ଓ ଗୌରା ଟି,କତା ନିଗମ ପାଇଁ ଉମାକାନ୍ତ ସାମନ୍ତରାୟ ଙ୍କୁ ଦାୟିତ୍ୱ ଦେଇଛି ବିଜେଡି ।