ପୌର ନିର୍ବାଚନ ଲାଗି ତାରିଖ ଘୋଷଣା

0

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେବ ପୌର ନିର୍ବାଚନଜ ଲାଗି ପାର୍ଥୀପତ୍ର ଦାଖଲ ପ୍ରକ୍ରିୟା । ଦିର୍ଘ ସାଢେ ୩ ବର୍ଷ ପରେ ହେଲେବି ଆରମ୍ଭ ହେବାକୁ ଯାଉଛି ନିର୍ବାଚନ । ତେବେ ପାର୍ଥୀପତ୍ର ଦାଖଲ ପ୍ରକ୍ରିୟା ୭ ତାରିଖ ପର୍ଯ୍ୟନ୍ତ ରହିଛି । ୯ ତାରିଖରେ ନାମାଙ୍କନ ପତ୍ର ଯାଂଚ ପ୍ରକ୍ରିୟା ରହିଥିବା ବେଳେ ୧୪ ସୁଦ୍ଧା ପାର୍ଥୀପତ୍ର ପ୍ରତ୍ୟାହାର କରିବାର ବ୍ୟବସ୍ଥା ରଖାଯାଇଛି । ପୌର ନିର୍ବାଚନ ଭୋଟ ୨୪ ହେବା ସୂଚନା ରହିଛି । ଏହି ଦିନ ୩ଟି ପୌରପରିଷଦ କଟକ ଭୁବନେଶ୍ୱର ଏବଂ ବ୍ରହ୍ମପୁର ଲାଗି ହେବ ଭୋଟ ଗ୍ରହଣ ପ୍ରକ୍ରିୟା । ୧୦୬ଟି ପୌରପରିଷଦ ଆସନ ଲାଗି ହେବ ଭୋଟ ।୨୬ ରେ ଘୋଷଣା କରାଯିବ ଫଳାଫଳ ।
ସେପଟେ ଭୁବନେଶ୍ୱର ମେୟର ରେସରେ ବିଜେଡି ଆଶାୟୀ ପାର୍ଥୀ ରହିଛନ୍ତି ସୁସ୍ମିତା ବଗ୍‌ଚୀ, ରୋଜାଲିନ ପାଟ୍ଟଶାଣୀ ଏବଂ ଇତିଶ୍ରୀ ସାମନ୍ତ । ସେହିପରି ବିଜେପି ପକ୍ଷରୁ ଆଶାୟୀ ପାର୍ଥୀ ରହିଛନ୍ତି ଲେଖାଶ୍ରୀ ସାମନ୍ତ ସିଂହାର ଏବଂ ଅନୁ ଚୌଧୁରୀ । କଂଗ୍ରେସ ଲାଗି ରହିଛନ୍ତି ରଶ୍ମି ମହାପାତ୍ର ।