କାନ୍ଦି କାନ୍ଦି ୧୮ ମହିଳାଙ୍କୁ ଠକିଥିଲା ନକଲି ଡାକ୍ତର ରମେଶ ସ୍ୱାଇଁ, ପୁଲିସ ହାତରେ ଲାଗିଲା କଳା କାରନାମାର ଭିଡ଼ିଓ

କେଉଁଠି ଲୁହ ଝରାଇ କାନ୍ଦୁଛନ୍ତି ତ ଅନ୍ୟ କେଉଁଠି ଲାଗିଛି ସାଲାଇନ୍ ...

0

ଭୁବନେଶ୍ୱର: ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା ନକଲି ଡାକ୍ତରଙ୍କ କଳା କାରନାମା । ଔଷଧ ବିକଳରେ ତାଟିଆ କାମୁଡ଼ିବା ଭଳି ନକଲି ଡାକ୍ତର ରମେଶ ସ୍ୱାଇଁର କଳା କାରନାମାର ଆଉ କିଛି ଭିଡିଓ ସାମ୍ନାକୁ ଆସିଛି । ଠକେଇରେ ବ୍ୟବହୃତ ହେଉଥିବା ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ କିଛି ଭିଡିଓ ପୁଲିସ ହସ୍ତଗତ କରିଛି । ଯେଉଁ ଭିଡ଼ିଓ ଗୁଡିକରେ ନକଲି ଡାକ୍ତର ଜଣଙ୍କର ବିଭିନ୍ନ ଧରଣର ନାଟକବାଜି ଦେଖିବାକୁ ମିଳିଛି ।

ପୁଲିସ ଦ୍ୱାରା ଜାରି ଏହି ସବୁ ଭିଡିଓ ଗୁଡିକରେ ନକଲି ଡାକ୍ତର ରମେଶ ଲୁହ ଝରାଇ ମିଛ ଅଭିନୟ କରୁଥିବା ଦେଖିବାକୁ ମିଳିଥିବା ବେଳେ, ଅନ୍ୟ ଏକ ଭିଡିଓରେ ସାଲାଇନ୍ ନେଇ ରୋଗୀ ଭଳି ଶୋଇଛନ୍ତି ଏହି ନକଲି ଡାକ୍ତର ଜଣକ । ପ୍ରାୟ ୧୮ ଜଣ ମହିଳାଙ୍କୁ ମିଛ ପ୍ରତିଶୃତି ତଥା ନକଲି ଡାକ୍ତର ସାଜି ବିବାହ କରିଥିବା ରମେଶ ସ୍ୱାଇଁ ନିକଟରୁ ସତ ଓଗାଳୁଛି ପୁଲିସ। ତଦନ୍ତ ପ୍ରକ୍ରିୟା ଧିରେ ଧିରେ ଆଗେଇବା ସହିତ ପୁଲିସ ହାତରେ ଧରା ପଡ଼ିବାରେ ଲାଗିଛି ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଅପରାଧର ଲମ୍ବା ଚେର ।