ମେଟ୍ରୋ ଲାଇନ ଖସି ୨୩ ଜଣଙ୍କ ମୃତ୍ୟୁ

0

ମେକ୍ସିକୋ: ସୋମବାର ମେକ୍ସିକୋରେ ହୃଦୟବିଦାରକ ଦୁର୍ଘଟଣା । ମେକ୍ସିକୋ ସିଟିରେ ଏକ ଏଲିବେଟେଡ ମେଟ୍ରୋ ଲାଇନ ଧରାସାୟୀ ହେବାରୁ ଅନ୍ୟୁନ ୨୩ ଜଣଙ୍କ ମୃତ୍ୟୁ ହୋଇଛି ଓ ବହୁ ଲୋକ ଆହତ ହୋଇଛନ୍ତି । ଏଲିଭେଟେଡ ଲାଇନରେ ମେଟ୍ରୋ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ମେଟ୍ରୋର ପୋଲ ଖସିପଡିବାରୁ ଟ୍ରେନ ତଳକୁ ଖସି ପଡିଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ଅଧିକାରୀ ।
ସ୍ଥାନୀୟ ଗଣମାଧ୍ୟମରେ ଦେଖାଯାଇଥିବା ସିକ୍ୟୁରିଟି ଫୁଟେଜରେ ଦେଖିବାକୁ ମିଳୁଛି, ଟ୍ରେନର ବଗି ପୋଲ ତଳକୁ ଖସିବାର ଦୃଶ୍ୟ । ଏହି ଦୁର୍ଘଟଣାରେ ଟ୍ରେନ କିଛି ଅଂଶା କ୍ଷତିଗ୍ରସ୍ତ ହୋଇଛି । ମେକ୍ସିକେ।। ସହରର ମେୟର କ୍ଲାଉଡିୟା ଶିନବାଉମ କହିଛନ୍ତି, ଏହି ଦୁର୍ଘଟଣାରେ ୨୩ ଜଣଙ୍କ ଜୀବନ ଯାଇଛି । ନାଗରିକ ସୁରକ୍ଷା ବିଭାଗ ଟ୍ୱିଟ କରି କହିଛି କି, ଏହି ଦୁର୍ଘଟଣାରେ ପ୍ରାୟ ୭୦ ଜଣ ଆହତ ହୋଇଛନ୍ତି । ବହୁ ସଂଖ୍ୟକ କର୍ମଚାରୀ ମାଟି ଗଦାରେ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ପରେ ଉଦ୍ଧାର କାର୍ଯ୍ୟକୁ ବନ୍ଦ କରିଦିଆଯାଇଛି କାରଣ ମାଟି ଗଦାରେ ଅସ୍ଥିରତା ରହିଛି । ଶିନବାଉନ କହିଛନ୍ତି, ମେଟ୍ରୋ ଟ୍ରେନ ଦୁର୍ବଳ ରହିଛି, ତେଣୁ ଉଦ୍ଧାର କାର୍ଯ୍ୟ ବନ୍ଦ କରି ଦିଆଯାଇଛି । କ୍ରେନ ଆସିଲେ ଉଦ୍ଧାର କାର୍ଯ୍ୟ ହେବ ।