(ଉତ୍ତରପ୍ରଦେଶ) : ପୁଣିଥରେ ଡରାଇବା ଆରମ୍ଭ କଲାଣି ମହାମାରୀ କରୋନା। ଉତ୍ତର ପ୍ରଦେଶର ନୋଏଡାରୁ ଗତ ୩ ଦିନ ମଧ୍ୟରେ ୪ଟି ସ୍କୁଲରୁ ୨୩ ଜଣ ଛାତ୍ରଛାତ୍ରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।
ବୁଧବାର ପ୍ରଶାସନ ପକ୍ଷରୁ ଏପରି ସୂଚନା ଦିଆଯାଇଛି। ମଙ୍ଗଳବାର ଖୈତାନ ପବ୍ଲିକ ସ୍କୁଲରୁ ୧୩ ଜଣ ଛାତ୍ରଛାତ୍ରୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାପରେ କର୍ତ୍ତୃପକ୍ଷ ସ୍କୁଲକୁ ବନ୍ଦ କରି ଦେଇଛନ୍ତି। ଏହାକୁ ମିଶାଇ ୩ ଦିନ ମଧ୍ୟରେ ନୋଏଡାରେ ଥିବା ୪ଟି ସ୍କୁଲରୁ ମୋଟ ୨୩ ଜଣ ଶିକ୍ଷାର୍ଥୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
କେବଳ ଦିଲ୍ଲୀ କିମ୍ବା ଗୁରୁଗ୍ରାମ ନୁହେଁ, ଦେଶରେ ମଧ୍ୟ ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣ ପ୍ରାୟ ୩୬% ବଢ଼ିଛି।ମଙ୍ଗଳବାର ଦେଶରେ ୭୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୁଧବାର ସକାଳ ସୁଦ୍ଧା ୧,୦୮୮ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।