ବରଗଡ/ଚିତ୍ତରଞ୍ଜନ ସାହୁ : ୨୩୩ କେଜି ଗଞ୍ଜେଇ ସହ ୪ ଅଭିଯୁକ୍ତ ଗିରଫ । ସୂଚନାଥାଉ କି, ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ସୋହେଲା ପୋଲିସ ୨ଟି ଗାଡି ଉପରେ ଚଢାଉ କରିଥିଲା । ଚଢ଼ାଉରେ ୨ଟି ଗାଡି ଯଥା ସିଜି୦୪ଏନଏଚ୯୯୯୮, ସିଜି୦୪ଏଲଡି୫୬୬୫ରୁ ୮ପେକେଟ ଗଞ୍ଜେଇ ଜବତ, ୬ ଗୋଟି ମୋବାଇଲ ଫୋନ ଏବଂ ୧୩ ହଜାର ୧୨୦ ଟଙ୍କା ଜବତ ସହ ୪ଜଣଙ୍କୁ ଗିରଫ କରିଛି ପୁଲିସ । ସମସ୍ତ ଅଭିଯୁକ୍ତଙ୍କ ଛତିଶଗଡ଼ ଅଞ୍ଚଳରେ । ଗିରଫ ଅଭିଯୁକ୍ତ ହେଲେ ହେମରାଜ ନିଷାଦ, ସଞ୍ଜୟ ତ୍ରିପାଠୀ, ଅଜୟ ତ୍ରିପାଠୀ ଏବଂ ଗୌରବ ଖପାର୍ଡେ । ଏହି ୪ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି । ଏସଡ଼ିପିଓ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ବରେ ସୋହେଲା ଥାନା ଅଧିକାରୀ ହାଡିବନ୍ଧୁ ଗଡ଼ତିଆ,ଏସଆଇ ଅମିତ ଏକ୍ସେସ,ଏଏସଆଇ ମୁରଲୀଧର ପଣ୍ଡା,ଏଏସଆଇ ସଞ୍ଜୟ ବର୍ହ,ହାବିଲଦାର ନିରାକାର ବିଶ୍ଵାଳ,ସତ୍ୟବାଦୀ ସାହୁ,ତୁଳସୀରାମ ଭୁଏ ଚଢାଉରେ ସାଲିଉ ଥିଲେ ।