ଦେଶରେ ୨୪ ଘଣ୍ଟାରେ ୨୪ ହଜାର ୮୭୯ ନୂଆ ସଂକ୍ରମିତ ଚିହ୍ନଟ

0

ନୂଆଦିଲ୍ଲୀ: ଆଜି ସକାଳ ସୁଦ୍ଧା ଦେଶରେ ଗତ ୨୪ ଘଣ୍ଟାରେ ୨୪ ହଜାର ୮୭୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୬୭ ହଜାର ୨୯୬କୁ ବୃଦ୍ଧି ପାଇଛି। କରୋନାଜନିତ ମୃତ୍ୟୁସଂଖ୍ୟା ୨୧ ହଜାର ୧୨୯ ଥିବା ବେଳେ ଗୋଟିଏ ଦିନରେ ୪୮୭ ରୋଗୀଙ୍କ ମୃତ୍ୟୁ ଘଟିଛି। ଦେଶରେ ବର୍ତ୍ତମାନ ୨ ଲକ୍ଷ ୬୯ ହଜାର ୭୮୯ ସକ୍ରିୟ ରୋଗୀ ଓ ୪ ଲକ୍ଷ ୭୬ ହଜାର ୩୭୭ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛନ୍ତି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୩ ହଜାର ୭୨୪ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୯ ହଜାର ୪୪୮କୁ ବଢ଼ିଛି। ଦିଲ୍ଲୀରେ ୧ ଲକ୍ଷ ୪ ହଜାର ୮୬୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୩୨୧୩ ଜଣ ପ୍ରାଣ ହରାଇଛନ୍ତି। ତାମିଲନାଡୁରେ ୧ ଲକ୍ଷ ୨୨ ହଜାର ୩୫୦ କରୋନା ସଂକ୍ରମିତ ଏବଂ ୧୭୦୦ ରୋଗୀଙ୍କ ମୃତ୍ୟୁ ଘଟିଛି। ଗୁଜରାଟରେ ସଂକ୍ରମିତ ସଂଖ୍ୟା ୩୮ ହଜାର ୪୧୯କୁ ବୃଦ୍ଧି, ୧୯୯୪ ଜଣଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ଉତ୍ତରପ୍ରଦେଶରେ ୩୧ ହଜାର ୧୫୬ ସଂକ୍ରମିତ ଓ ୮୪୫ ମୃତ, ପଶ୍ଚିମବଙ୍ଗରେ ୨୪ ହଜାର ୮୨୩ ଆକ୍ରାନ୍ତ ଓ ୮୨୭ ମୃତ, ହରିୟାଣାରେ ୧୮ ହଜାର ୬୯୦ ଆକ୍ରାନ୍ତ ଏବଂ ୨୮୨ ମୃତ, ଆନ୍ଧ୍ରପ୍ରଦେଶରେ ୨୨ ହଜାର ୨୫୯ ଆକ୍ରାନ୍ତ ଏବଂ ୨୬୪ ମୃତ, ତେଲେଙ୍ଗାନାରେ ୨୯ ହଜାର ୫୩୬ ସଂକ୍ରମିତ ଓ ୩୨୪ ମୃତ, କର୍ଣ୍ଣାଟକରେ ୨୮ ହଜାର ୮୭୭ ଆକ୍ରାନ୍ତ ଓ ୪୭୧ ମୃତ, ରାଜସ୍ଥାନରେ ୨୨ ହଜାର ୬୩ ଆକ୍ରାନ୍ତ ଓ ୪୮୨ ମୃତ, ଜାମ୍ମୁ-କାଶ୍ମୀରରେ ୯୨୬୧ ସଂକ୍ରମିତ ଓ ୧୪୯ ମୃତ, ମଧ୍ୟପ୍ରଦେଶରେ ୧୬ ହଜାର ୩୬ ସଂକ୍ରମିତ ଓ ୬୨୯ ମୃତ, ବିହାରରେ ୧୩ ହଜାର ୨୭୪ ଆକ୍ରାନ୍ତ ଓ ୧୦୦ ମୃତ, ଆସାମରେ ୧୪ ହଜାର ୩୩ ଆକ୍ରାନ୍ତ ଓ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।