ସମୁଦ୍ର ଭିତରେ ମାଛ ଧରା ଉପରେ କଟକଣା ଲାଗୁ କଲେ ସରକାର

0

ପାରାଦୀପରୁ(ପ୍ରଶାନ୍ତ କୁମାର ସ୍ଵାଇଁ ):-ସମୁଦ୍ର ଭିତରେ ମାଛ ଧରା ଉପରେ କଟକଣା ଲାଗୁ କଲେ ସରକାର । ଯାହାକୁ ନେଇ ଏବେ ଚିନ୍ତା ରେ ମତ୍ସ୍ୟଜିବୀ । କଇଁଛ ସୁରକ୍ଷା ପାଇଁ ସରକାର ସାତ ମାସ କଟକଣା ଏବେ ଟ୍ରଲର ମାଲିକ ଓ ମତ୍ସ୍ୟଜିବୀଙ୍କୁ ବେଶ୍ ପକାଇ ଦେଉଛି ଚିନ୍ତାରେ । ନଭେମ୍ବର ଏକ୍ ରୁ ମଇ ୩୧ ଯାଏ ଉପକୁଳ ରୁ ସମୁଦ୍ର ଭିତରକୁ ମାଛ ଧରିବା ରେ କଟକଣା ଜାରି କଲେ ସରକାର ଜ୍ଝ ସମୁଦ୍ର କୂଳ ରୁ ୨୦ ଫାଦାମ୍ ପର୍ୟ୍ୟନ୍ତ କୌଣଷି ଯନ୍ତ୍ର ଚାଳିତ ଡଙ୍ଗା କି ଟ୍ରଲର ଧରି ପାରିବେ ନାହିଁ ମାଛ ଜ୍ଝ କାରଣ ଏହି ସମୟ ରେ ଦୂର ସମୁଦ୍ର ରୁ କୂଳ କୁ ଆସୁଛନ୍ତି ଅଣ୍ଡା ଦାନ କରିବାକୁ ଲକ୍ଷ୍ୟ ଲକ୍ଷ୍ୟ କଇଁଛ । ସେମାନଙ୍କ ସୁରକ୍ଷା କୁ ପ୍ରାଧାନ୍ୟ ଦେଉଛନ୍ତି ସରକାର ଜ୍ଝ ଓଡିଶା ର ଦେବୀ , ଋଷିକୁଲ୍ୟା ଓ ବରୁଣେଇ ମୁହାଣ ମୁହଁ ରେ ଏଭଳି ପ୍ରତିବନ୍ଧକ ଲଗାଇଛନ୍ତି ସରକାର ।

ଏହି କଟକଣା କୁ ମାନି ଅନେକ ମତ୍ସ୍ୟଜୀବୀ ଚାଲୁଥିବା ବେଳେ ସମୁଦ୍ର ଭିତରେ ସେପରି କିଛି ସୀମା ନିର୍ଦ୍ଧାରଣ ର ବ୍ୟବସ୍ଥା କରାଯାଇନଥିବା ବେଳେ ଅନେକ ମତ୍ସ୍ୟଜିବୀ ବାଟ ହୁଡ଼ି ମତ୍ସ୍ୟ ବିଭାଗ , ବନ ବିଭାଗ ଓ ତଟରକ୍ଷୀ ଙ୍କ ଦ୍ଵାରା ଗିରଫ ମଧ୍ୟ ହେଉଛନ୍ତି । ସେହିପରି ପ୍ରତିବର୍ଷ ବରମ୍ବାର ବାତ୍ୟା , ଲଘୁଚାପ ପାଇଁ ସମୁଦ୍ର ଅଶାନ୍ତ ରହିବା କାରଣରୁ ଅନେକ ଦିନ ମାଛ ଧରିବା ରେ ମଧ୍ୟ ସମସ୍ୟା ଭୋଗ କରୁଛନ୍ତି ଏଠାକାର ମସ୍ଥ୍ୟଜୀବି । ମାଛ ପ୍ରଜନନ ଓ କଇଁଛଙ୍କ ଅଣ୍ଡା ଦାନ ପାଇଁ ପ୍ରତିବର୍ଷ ସରକାର କଟକଣା ଲଗାଉଥିବା ଓ ବାତ୍ୟା ଏବ୍ଂ ଲଘୁଚାପ ମତ୍ସ୍ୟଜୀବୀ ଙ୍କ ଉପରେ ଭାରି ପଡୁଥିବା ବେଳେ ଡିଜେଲ ର ମୂଲ୍ୟ ରେ ମଧ୍ୟ ଅହେତୁକ ବୃଦ୍ଧି ଘଟିଛି ।  ଏବେ ମାଛ ଧରିବା ରେ ଢେର୍ ଅସୁବିଧା ର ସମ୍ମୁଖୀନ ହେଉଥିବା ଟ୍ରଲର ମାଲିକ ଓ ଗରିବ ମତ୍ସ୍ୟଜୀବୀଙ୍କୁ ସରକାର କିଛି ତେଲ ଦର ରେ ରିହାତି ଓ ଅନୁକମ୍ପା ରାଶି ପ୍ରଦାନ ନକଲେ ସେମାନେ ଚଳିବେ କିପରି ବୋଲି ପ୍ରଶ୍ନ କରିଛନ୍ତି । ସରକାର କଟକଣା ଘୋଷଣା କେବଳ କରିଦେଲେ ହେବନାହିଁ , ସମପରିମାଣ ରେ ଆମ୍ଭ ଦୁଃଖ ବୁଝିବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ମତ୍ସ୍ୟଜୀବୀ ବାସ୍ତବରେ ମାଛ ଧରିବା ଓ ମାଛ ବ୍ୟବସାୟ ଉପରେ ନିର୍ଭର କରି ଚାଲୁଥିବା ଏହି ଟ୍ରଲର ମାଲିକ ଏବ୍ଂ ମତ୍ସ୍ୟଜୀବୀ ଙ୍କ ସମସ୍ୟା କୁ ନେଇ ସରକାର ଚିନ୍ତାଶୀଳ ହେବା ଦରକାର ।