ପୁଣି ଚର୍ଚ୍ଚାରେ ଜୟା ବଚ୍ଚନଙ୍କ ମନ୍ତବ୍ୟ

0

ଭୁବନେଶ୍ୱର(ଚିନ୍ମୟୀ ସ୍ୱାଇଁ):- ପ୍ରେମର ପରିଭାଷାକୁ ବୁଝାଇ ଦେଇଛନ୍ତି ଜୟା ବଚ୍ଚନ । ପ୍ରେମରେ କେବଳ ଭରଷା ନୁହେଁ ଶାରୀରିକ ସମ୍ପର୍କ ରଖିବା ଆବଶ୍ୟକ ବୋଲି ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଆସିଛନ୍ତି ଜୟା ବଚ୍ଚନ । ଜୟା ବଚ୍ଚନ ତାଙ୍କ ନାତୁଣୀ ନବ୍ୟାଙ୍କ ସହ ତାଙ୍କ ପୋଡକାଷ୍ଟରେ ‘ହ୍ୱାଟ୍‌ ଦି ହେଲ୍‌ ନବ୍ୟା’ ରେ କଥାବାର୍ତ୍ତା କରୁଥିବା ସମୟରେ ସମ୍ପର୍କ ବିଷୟରେ କିଛି ପରାମର୍ଶ ଦେଇଥିଲେ । ଜୟା ବଚ୍ଚନ କହିଥିଲେ ଯେ, କୌଣସି ସମ୍ପର୍କ ଦୀର୍ଘ ଦିନ ଧରି ରହିବା ପାଇଁ ଶାରୀରିକ ଆକର୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।, ସେ ତାଙ୍କ ସମୟରେ ଏହି ଏକ୍ସପେରିମେଣ୍ଟ୍ କରିପାରି ନ ଥିଲେ । କୌଣସି ସମ୍ପର୍କ କେବଳ ପ୍ରେମ ଏବଂ ଭରଷା ଉପରେ ତିଷ୍ଠି ରହିପାରେ ନାହିଁ, ଏଥିପାଇଁ ଶାରୀରିକ ସମ୍ପର୍କ ରହିବା ଆବଶ୍ୟକ ବୋଲି ଜୟା ବଚ୍ଚନ କହିଛନ୍ତି ।

ଯଦି ନବ୍ୟା ବିବାହ ବିନା ମା ହୁଅନ୍ତି, ‌ତେବେ ସେଥିରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ଜୟା ବଚ୍ଚନ ।ଏଭଳି ଖୋଲା ମତାମତକୁ ନେଇ ଅନେକ ଲୋକ ଆପତ୍ତି ଉଠାଇ ପାରନ୍ତି, କିନ୍ତୁ ସଂପର୍କ ସ୍ଥାୟୀ ହେବା ଲାଗି ଉଭୟ ମାନସିକ ଓ ଶାରୀରିକ ଆକର୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜୟା ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଏଭଳି ସମ୍ପର୍କ ବିଷୟରେ କେବେ ଚିନ୍ତା କରିପାରିନଥିଲୁ । କିନ୍ତୁ ମୋ ପରେ ଯେଉଁ ନୂଆ ପିଢ଼ି ଆସୁଛି, ସେମାନେ ସବୁ ଅଲଗା । ଆଜିର ସମ୍ପର୍କରେ ଭାବନା ଏବଂ ରୋମାନ୍ସର ଅଭାବ ରହିଛି । ଜୟା କହିଛନ୍ତି ଯେ, ନିଜର ଭଲ ବନ୍ଧୁଙ୍କୁ ବିବାହ କରିବା ଉଚିତ୍ । ତୁମେ ମଧ୍ୟ ଭଲ ବନ୍ଧୁ ହେବା ଜରୁରୀ । ସାଙ୍ଗମାନଙ୍କ ସହିତ ତୁମେ ଏହା ବିଷୟରେ ଆଲୋଚନା କରିବା ଉଚିତ୍ । ଯଦି ତୁମେ ନିଜ ବନ୍ଧୁଙ୍କୁ ପସନ୍ଦ କରୁଛ, ତେବେ ତାଙ୍କୁ କହିବା ଦରକାର-ମୁଁ ଚାହେଁ ଆମ ଦୁହିଁଙ୍କର ସନ୍ତାନ ହେଉ, କାରଣ ମୁଁ ତୁମକୁ ପସନ୍ଦ କରେ । ମୁଁ ଭାବୁଛି ତୁମେ ବହୁତ ଭଲ,ତେଣୁ ଆମେ ବିବାହ କରିବା ଉଚିତ୍; କାରଣ ସମାଜ ଏହା ହିଁ କହିଥାଏ ।