୨୫ଲକ୍ଷ ଟିକା ଯୋଗାଇ ଦେବାକୁ କେନ୍ଦ୍ରକୁ ଦାବିକଲେ ସ୍ୱାସ୍ଥ୍ୟମନ୍ତ୍ରୀ 

0

ଭୁବନେଶ୍ୱର: ୨୫ ଲକ୍ଷ କରୋନା ଟିକା ତୁରନ୍ତ ଯୋଗାଇ ଦେବାକୁ କେନ୍ଦ୍ରଠାରେ ବୁଧବାର ଓଡ଼ିଶା ଦାବି କରିଛି ।  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ସହ ବୈଠକ ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି ଦାବି ରଖିଛନ୍ତି। ଶ୍ରୀ ଦାସ କହିଛନ୍ତି-“ଏବେ ରାଜ୍ୟରେ ୨୨ ଲକ୍ଷ ଲୋକ ୨ୟ ଡୋଜ ନେବାକୁ ଅପେକ୍ଷା କରିଛନ୍ତି। ସେଥିପାଇଁ ଓଡ଼ିଶାକୁ ତୁରନ୍ତ ୨୫ ଲକ୍ଷ ଡୋଜ୍ ଟିକା ଯୋଗାଇ ଦିଆଯାଉ। ଓଡ଼ିଶାରେ ଅକ୍ସିଜେନ ପର୍ୟ୍ୟାପ୍ତ ଥିଲେ ବି ସିଲିଣ୍ଡର ଅଭାବ ରହିଛି। ତେଣୁ ୩୦ ହଜାର ସିଲିଣ୍ଡର ଯୋଗାଇ ଦିଆଯାଉ। ରାପିଡ୍ ଆଣ୍ଟିଜେନ୍ କିଟ୍, ପିପିଇ କିଟ୍ ଓ ମାସ୍କ ମଧ୍ୟ ଦିଅନ୍ତୁ। କେନ୍ଦ୍ରମନ୍ତ୍ରୀ ଦାବିକୁ ଗୁରୁତ୍ୱର ସହ ବିଚାର କରିବେ ବୋଲି କହିଛନ୍ତି।”